ହାଫଲଙ୍ଗ୍ : ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୁଜବକୁ ନେଇ ବିଭିନ୍ନ ରାଜ୍ୟରେ ଏବେ ହିଂସ୍ର ଜନତାଙ୍କ ଦ୍ୱାରା ହତ୍ୟା ମାମଲା ଘୋର ଉଦ୍ବେଗର କାରଣ ହୋଇଛି। ଆସାମରେ ପୁଣିଥରେ ପିଲାଚୋରି ଗୁଜବକୁ ନେଇ ୩ ଜଣ ସାଧୁଙ୍କୁ ଆଜି ଉତ୍ତ୍ୟକ୍ତ ଜନତା ଘେରିଯାଇଥିବା ବେଳେ ସୁରକ୍ଷାବାହିନୀର ସମୟୋଚିତ ପଦକ୍ଷେପ ଯୋଗୁଁ ସେମାନଙ୍କର ଜୀବନ ରକ୍ଷା ପାଇଯାଇଛି। ଡିମା ହାସାଓ ଜିଲ୍ଲାର ମାହୁର ରେଳ ଷ୍ଟେସନ୍ ନିକଟରେ ଗତକାଲି ଶତାଧିକ ବ୍ୟକ୍ତି ୩ ଜଣ ସାଧୁଙ୍କୁ ପିଲାଚୋର ସନ୍ଦେହରେ ଘେରିଯାଇଥିଲେ। ସେମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିବା ସହ ହିଂସାକାଣ୍ଡକୁ ଜୋରଦାର କରିବାପାଇଁ ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ୍ କରିଥିଲେ। କିନ୍ତୁ କିଛି ଅଘଟଣ ଘଟିବା ପୂର୍ବରୁ ନିକଟସ୍ଥ ସେନା ଶିବିରରୁ ତତ୍କାଳ ଯବାନମାନେ ଆସି ହିଂସ୍ର ଜନତାଙ୍କ କବଳରୁ ୩ ଜଣ ସାଧୁଙ୍କ ଜୀବନ ରକ୍ଷା କରିଥିଲେ। ଏହା ପୂର୍ବରୁ ଗତ ଜୁନ୍ ୮ ତାରିଖରେ ମଧ୍ୟ ଆସାମର ଏକ ପର୍ଯ୍ୟଟନ ସ୍ଥଳ ଦେଖିବାକୁ ଯାଇଥିବା ଦୁଇ ଜଣ ଯୁବକଙ୍କୁ ପିଲାଚୋର ସନ୍ଦେହରେ ପିଟିପିଟି ହତ୍ୟା କରାଯାଇଥିଲା।
୩ ସାଧୁଙ୍କ ଜୀବନ ବଞ୍ଚାଇଲା ସେନା
ଆସାମରେ ପୁଣି ପିଲାଚୋରି ଗୁଜବ
/sambad/media/post_attachments/wp-content/uploads/2018/06/200-TERRORIST.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)