ପାକିସ୍ତାନ ସେନା ଉପରେ ନିରନ୍ତର ଚାପ ପ୍ରୟୋଗରୁ ଭାରତ ବିରତ ହେବ ନାହିଁ

ନୂଆଦିଲ୍ଲୀ: ଭାରତର ସେନା ଓ ସାଧାରଣ ଜନତା ପାକିସ୍ତାନ ପଟୁ ହେଉଥିବା ଅସ୍ତ୍ରବିରତି ଉଲଂଘନ ଯୋଗୁଁ ମୃତ୍ୟୁ ବରଣ କରୁଥିଲେ ମଧ୍ୟ ଭାରତ ପାକିସ୍ଥାନ ଉପରେ ଚାପ ପ୍ରୟୋଗରୁ ବିରତ ହେବ ନାହିଁ। ଭାରତ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନ ନିଜ ମାଟିରେ ଆତଙ୍କବାଦୀମାନଙ୍କୁ ସହଯୋଗ କରିବା ବନ୍ଦ ନ କରିବା ଓ ଏହା ସ୍ପଷ୍ଟ ପ୍ରତୀୟମାନ ନ ହେବା ଯାଏ ପାକିସ୍ତାନ ସେନାକୁ ନିରନ୍ତର ଚାପରେ ରଖିବାକୁ ପଡ଼ିବ। ତେବେ ଆମେ ବର୍ତ୍ତମାନ ଉଭୟ ଦେଶର ମିଲିଟାରୀ ଅପରେସନ୍‌ ଡିଜି( ଡିଜିଏମଓ)ସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା କରିବା ନେଇ ଆଗ୍ରହୀ ନାହୁଁ। ଭାରତ ପକ୍ଷରୁ ଯେଉଁ ଚାପ ଦିଆଯାଉଛି ତାହକୁ ପାକିସ୍ତାନ ସେନା କେତେଦିନ ବରଦାସ୍ତ କରିପାରୁଛି ତାହା ଆମେ ଲକ୍ଷ୍ୟ କରୁଛୁ ବୋଲି ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଲାଇନ ଅଫ୍‌ କଣ୍ଟ୍ରୋଲରେ ୪୯୦ ଅସ୍ତ୍ର ବିରତି ଉଲଂଘନ ହୋଇ ସାରିଛି।ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହଇଛି। ଭାରତ ପକ୍ଷରୁ କୁହାଯାଇଛି ଯେ ଭାରତ ପାକିସ୍ତାନ ସୀମାରେ ଥିବା ୭୭୮ କିଲୋମିଟର ଲାଇନ ଅଫ କଣ୍ଟ୍ରୋଲ, ୧୯୮ ଆନ୍ତର୍ଜତିକ ସୀମା ଓ ସିଆଚିନ୍‌ରେ ୧୧୦ କିଲୋମିଟରର ଏଜିପିଏଲରେ ଅସ୍ତ୍ର ବିରତି ଯେପରି ଉଲଂଘନ ନ ହୁଏ ଓ ୨୦୦୩ ମସିହାରୁ ଉଭୟ ଦେଶ ଅସ୍ତ୍ର ବିରତି ପାଇଁ ପୂର୍ବରୁ ରାଜି ହୋଇଥିବାରୁ, ପାକିସ୍ତାନ ଏବେ ଏହାର ଉଳଂଘନ କରୁଛି। ତେଣୁ କାକିିସ୍ତାନକୁ ଏଥିପାଇଁ ପ୍ରକାରାନ୍ତରେ ରାଜି କରିବା ପାଇଁ ଭାରତ ପକ୍ଷରୁ ଏପରି ରଣନୀତି ପ୍ରସ୍ତୁତ କରାଯାଇଥିବା ସେନା ଅଧିକାରୀ ଜଣକ କହିଛନ୍ତି।
ସୂଚନାଯୋଗ୍ୟ ଯେ ଆତଙ୍କବାଦୀଙ୍କୁ ଭାରତ ବିରୋଧରେ ଲଢ଼ିବା ଓ ଭାରତକୁ ଅନୁପ୍ରବେଶ ପାଇଁ ସୁଯୋଗ ସୃଷ୍ଟି କରିବା ପାଇଁ ପାକିସ୍ତାନ ବାରମ୍ବାର ଅସ୍ତ୍ର ବିରତି ଉଲଂଘନ କରୁଛି। ଏପରିକି ୨୬/୧୧ ମୁମ୍ବାଇ ଆକ୍ରମଣର ମାାଷ୍ଟରମାଇଣ୍ଡ ହାଫିଜ ସୟିଦକୁ ମଧ୍ୟ ପାକିସ୍ତାନ ସବୁ ପ୍ରକାର ସହଯୋଗ କରୁଥିବାରୁ ଭାରତ ଏପରି ନିଷ୍ପତ୍ତି ନେଇଛି।ସେହିପରି ପ୍ରାୟ ୪ଶହ ଆତଙ୍କବାଦୀ ଏଲଓସି ନିକଟରେ ପାକିସ୍ତାନ ଲଞ୍ଚ ପ୍ୟାଡ୍‌ରେ ଜମ୍ମୁ ଓ କଶ୍ମୀରରେ ଅନୁପ୍ରବେଶ ପାଇଁ ଛକି ବସିଛନ୍ତି। ତେବେ ଯେଉଁ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ ପାଇଁ ଉଦ୍ୟମ କରିଛନ୍ତିିି, ସମାନଙ୍କୁ ସତର୍କ ଭାରତୀୟ ସେନା ନିପାତ କରି ଦେଇଛି ବୋଲି ସେନାଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର