୧୦୦ ଫୁଟ ଗଭୀର ଖାତରେ ଖସିପଡିଲା ଭାରତୀୟ ସେନାର ଟ୍ରକ, ୪ ଆହତ

ସିମଲା : ଭାରତୀୟ ସେନାର ଏକ ଟ୍ରକ ହିମାଚଳପ୍ରଦେଶର ସିମଲା ନିକଟରେ ଥିବା ଏକ ୧୦୦ ଫୁଟ ଗଭୀର ଖାତରେ ଖସିପଡିବାରୁ ୪ ଯବାନ ଆହତ ହୋଇଛନ୍ତି । ଏହି ଯବାନ ମାନେ ହରିୟାଣାର ଅମ୍ବାଲାରୁ ହିମାଚଳପ୍ରଦେଶର ଝାକରୀକୁ ଯାଉଥିଲା । ଆହତମାନଙ୍କୁ ସ୍ଥାନୀୟ ଇନ୍ଦିରା ଗାନ୍ଧି ମେଡିକାଲ କଲେଜ ଏଣ୍ଡ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଅନ୍ୟପକ୍ଷରେ ଜମ୍ମୁ ଓ କଶ୍ମୀରର ରାଜୌରୀ ଜିଲ୍ଲାସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଆଜି ପାକିସ୍ତାନ ସେନା ପକ୍ଷରୁ କରାଯାଇଥିବା ଗୁଳିବର୍ଷଣ ଫଳର ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି । ଭାରତ ପକ୍ଷରୁ ମଧ୍ୟ ଏହାର ଦୃଢ ଜବାବ ଦିଆଯାଇଛି । ସହିଦ ହୋଇଥିବା ଯବାନଙ୍କ ନାଁ ହେଉଛି ନାଏକ ରାଜୀବ ଥାପ୍ପା (୩୪) । ସହିଦ ହୋଇଥିବା ଯବାନ ପଶ୍ଚିମବଙ୍ଗ ଜଳପାଇଗୁଡ଼ି ଜିଲ୍ଲାର ମେଛପଡ଼ା ଗାଁର ବାସିନ୍ଦା । ଏହାକୁ ମିଶାଇ ଗତ ସପ୍ତାହକ ମଧ୍ୟରେ ପାକିସ୍ତାନ ଗୁଳିବର୍ଷଣରେ ମୃତ୍ୟୁବରଣ କରିଥିବା ଯବାନଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ଏହା ସହିତ ଜଣେ ସାଧାରଣ ନାଗରିକ ମଧ୍ୟ ମୃତ୍ୟୁବରଣ କରିଛନ୍ତି ।

ସମ୍ବନ୍ଧିତ ଖବର