ଶ୍ରୀନଗର: ଜମ୍ମୁ-କାଶ୍ମୀର କାଠୁଆରେ ସେନା କ୍ୟାମ୍ପ ଉପରେ ଆକ୍ରମଣ । ବିଳମ୍ବିତ ରାତିରେ ସେନା କ୍ୟାମ୍ପରେ ପଶି ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଦେଖିବାକୁ ମିଳିଛି । ସେନା ପକ୍ଷରୁ ଆତଙ୍କୀଙ୍କୁ କଡା ଜବାନ ଦିଆଯାଇଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ଆସନ୍ତାକାଲି ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଜମ୍ମୁ-କାଶ୍ମୀରରେ ବଡ ଆତଙ୍କୀ ହମଲା ଦେଖିବାକୁ ମିଳିଛି । ସାଧାରାଣତନ୍ତ୍ର ଦିବସ ପାଇଁ ଜମ୍ମୁ-କାଶ୍ମୀରରେ କଡା ଚେକିଂ, କଡା ସୁରକ୍ଷା ବ୍ୟବସ୍ଥା ହୋଇଥିଲେ ବି ସେନା କ୍ୟାମ୍ପ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ ଚିନ୍ତାର ବିସୟ ପାଲଟିଛି ।
ଅନ୍ୟପଟେ ସର୍ଚ୍ଚ ଅପରେସନରେ ଗୋଟେ ହାତ ଗୋଳା, ଗୋଟିଏ ୟୁବିଜିଏଲ୍, ଗୋଟିଏ ଇଲେକ୍ଟ୍ରିକ୍ ଡିଟୋନେଟର୍, ଗୋଟିଏ ପିସ୍ତଲ, ଗୋଟେ ପିସ୍ତଲ ରାଉଣ୍ଡ, ଆଇଇଡି ଟ୍ରିଗରିଂ ଉପକରଣ ସହ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଛାନଭିନ୍ କରୁଥିବା ଏକ ପାକିସ୍ତାନୀ ଡ୍ରୋନକୁ ବି ଫାଏରିଂ କରି ଖସାଇଦେଇଛି ଭାରତୀୟ ସେନା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/01/25/mchJworSe3JBALEnA0Pp.jpg)