ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ସମୟ ସହ ବଦଳିଥିବା ଭିନ୍ନ ଭିନ୍ନ ୟୁନିଫର୍ମ ପିନ୍ଧିବେ ଭାରତୀୟ ସେନା। ଭାରତୀୟ ସେନା ଯବାନମାନେ ୧୯୫୦ପରଠାରୁ ଆଜି ପର୍ଯ୍ୟନ୍ତ ଗଣତନ୍ତ୍ର ଦିବସ ପରେଡରେ ସେନା ପିନ୍ଧିଥିବା ବିଭିନ୍ନ ୟୁନିଫର୍ମରେ ପରେଡ କରିବେ ବୋଲି ଜଣାପଡ଼ିଛି। ଏଥିମଧ୍ୟରେ ୧୯୫୦, ୧୯୬୦, ୧୯୭୦ଦଶକରେ ପିନ୍ଧାଯାଇଥିବା ୟୁନିଫର୍ମ, ବର୍ତ୍ତମାନ ସେନା ପିନ୍ଧୁଥିବା ୟୁନିଫର୍ମ ଏବଂ ଚଳିତ ବର୍ଷ ଆର୍ମି ଡେ ପରେଡରେ ଉନ୍ମୋଚିତ ହୋଇଥିବା ନୂତନ ଯୁଦ୍ଧ ୟୁନିଫର୍ମ ଅନ୍ତର୍ଭୁକ୍ତ।
ବିଭିନ୍ନ ମସିହାର ୟନୁଫର୍ମ ସହ ସେହି ମସିହାରେ ଭାରତୀୟ ସେନା ବ୍ୟବହାର କରିଥିବା ଅସ୍ତ୍ରଶସ୍ତ୍ର ଧରି ଯବାନମାନେ ପରେଡ କରିବେ ବୋଲି ଜଣାପଡ଼ିଛି। ରାଜପୁତ ରେଜିମେଣ୍ଟର ଯବାନମାନେ ୧୯୫୦ର ୟୁନିଫର୍ମ ପିନ୍ଧିବା ସହ ୩୦୩ରାଇଫଲ ସହିତ ପରେଡ କରିବେ। ଏହା ପରେ ଆସାମ ରେଜିମେଣ୍ଟ ଯବାନମାନେ ୧୯୬୦ର ୟୁନିଫର୍ମ ପିନ୍ଧି ୩୦୩ରାଇଫଲ ସହିତ ପରେଡ କରିବେ।
ସେହିଭଳି ଜମ୍ମୁ ଆଣ୍ଡ କଶ୍ମୀର ଲାଇଟ୍ ଇନ୍ଫାନ୍ଟ୍ରିର ଯବାନମାନେ ୧୯୭୦ର ୟନିଫର୍ମ ପିନ୍ଧି ୭.୬୨ ମିଲିମିଟର ରାଇଫଲ ସହିତ ପରେଡ କରିବେ। ଏହା ସହ ଆର୍ମି ଡେ ପରେଡ୍ ୨୦୨୨ରେ ଉନ୍ମୋଚିତ ହୋଇଥିବା ନୂତନ ଯୁଦ୍ଧ ୟୁନିଫର୍ମ ପାରାଚ୍ୟୁଟ୍ ରେଜିମେଣ୍ଟ ଯବାନମାନେ ପିନ୍ଧିବା ସହ ଟାଭୋର ରାଇଫଲ ସହ ପରେଡ କରିବେ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/t-131.jpg)