ଚୀନ, ପାକିସ୍ତାନ ପଟୁ ବିପଦ ବଢୁଛି : ଏଲଏସିର ସୁରକ୍ଷା ପାଇଁ ଗଠନ ହେଲା ସେନାର ସ୍ବତନ୍ତ୍ର ବିମାନ ବାହିନୀ

ନୂଆଦିଲ୍ଲୀ : ଉଭୟ ଚୀନ ଓ ପାକିସ୍ତାନ ପଟୁ ଭାରତ ପ୍ରତି ବିପଦ ବଢିଚାଲିଥିବାବେଳେ ଭାରତୀୟ ସେନାକୁ ଆହୁରି ଆଧୁନିକ ଓ ସକ୍ଷମ କରିବାକୁ ପଦକ୍ଷେପ ନିଆଯାଉଛି । ଏସବୁ ପଦକ୍ଷେପ ମଧ୍ୟରେ ରହିଛି ସେନାର ଆଭିଏସନ ବ୍ରିଗେଡ୍ ( ବିମାନ ବାହିନୀ) ଉପରେ ଅଧିକ ଗୁରୁତ୍ବ ପ୍ରଦାନ ।

ମିଳିଥିବା ସୂଚନା ଅନୁସାରେ ସୀମା ନିକଟରେ ଚାଲିଥିବା କାର୍ଯ୍ୟକଳାପ ଉପରେ ତୀକ୍ଷଣ ଦୃଷ୍ଟି ରଖିବାକୁ ସେନା ତିନୋଟି ଇଣ୍ଟିଗ୍ରେଟେଡ୍ ଆଭିଏସନ ବ୍ରିଗେଡ୍ ସ୍ଥାପନ କରିଛି । ପୂର୍ବାଞ୍ଚଳ, ପଶ୍ଚିମାଞ୍ଚଳ ଓ ଉତ୍ତରାଞ୍ଚଳ କମାଣ୍ଡରେ ଏହି ଆଭିଏସନ କୋରଗୁଡ଼ିକ ସ୍ଥାପନ କରାଯାଇଛି । ଏସବୁ ବ୍ରିଗେଡ ସ୍ଥାପନର ଉଦ୍ଦେଶ୍ୟ ହେଉଛି ସୀମା ଓ ଏଲଏସି ନିକଟରେ ସେନାର କାର୍ଯ୍ୟଦକ୍ଷତାକୁ ଆହୁରି ସଂଗଠିତ  କରିବା । ଏହା ସହିତ ସ୍ଥାନୀୟ ସ୍ତରରେ ନିଷ୍ପତ୍ତି ନେବା ପାଇଁ ସେନାକୁ ସକ୍ଷମ କରିବା । ସେନା ପାଖରେ ଥିବା ଡ୍ରୋନ, ୟୁଏଭି ଓ ହେଲିକପ୍ଟରଗୁଡ଼ିକୁ ଏସବୁ ବ୍ରିଗେଡ୍ ଅଧିନରେ ରଖାଯିବ । ଆଭିଏସନ ବ୍ରିଗେଟ୍ ସେନାର ଗ୍ରାଉଣ୍ଡ ୟୁନିଟ ସହ ସଂପର୍କ ରଖି କାର୍ଯ୍ୟକରିବ । ଏହା ଫଳରେ ସେନା ଉଭୟ ଭୂମି ଓ ଆକାଶମାର୍ଗରୁ ମିଳିତଭାବେ ଏଲଏସିର ସୁରକ୍ଷା କରିପାରିବ ।

ପୂର୍ବରୁ ସେନା ନିଜର ବିଭିନ୍ନ ଅପରେସନ ପାଇଁ ବାୟୁସେନାର ବିମାନ ଓ ହେଲିକପ୍ଟରଗୁଡ଼ିକର ସହାୟତା ନେଇଥାଏ । କିନ୍ତୁ ଏହି ପ୍ରକ୍ରିୟା ସମୟସାପେକ୍ଷ ହୋଇଥିବାରୁ ସେନାର ନିଜସ୍ବ ବିମାନ ଶାଖା ପ୍ରତିଷ୍ଠା କରାଯାଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ସମ୍ବନ୍ଧିତ ଖବର