ନୂଆଦିଲ୍ଲୀ: ପଞ୍ଜାବର ଫିରୋଜପୁରରେ ଆଜି ଭାରତୀୟ ସେନା କ୍ୟାଣ୍ଟନମେଣ୍ଟ୍ରେ ୩୦ ମିନିଟ୍ ପାଇଁ ବ୍ଲାକଆଉଟ୍ ଡ୍ରିଲ୍ କରାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଛି। ଦୁଇ ଦେଶର ଆକାଶରେ ଯୁଦ୍ଧର କଳାବାଦଲ ମଧ୍ୟ ଦେଖାଦେଇଛି। ଏପରି ସ୍ଥିତିରେ ଆଜି ଭାରତୀୟ ସେନା ସମ୍ପୂର୍ଣ୍ଣ ଅନ୍ଧାରରେ ସମରାଭ୍ୟାସ କରିଛନ୍ତି। ରାତି ୯ଟାରୁ ୯ଟା ୩୦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅନ୍ଧାର ବଜାୟ ରହିଥିଲା। କର୍ତ୍ତୃପକ୍ଷ ଲୋକଙ୍କୁ ଏଥିରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଘର ବାହାରେ କୌଣସି ଇନଭର୍ଟର କିମ୍ବା ଡିଜି ଲାଇଟ୍ ନଲଗାଇବା ପାଇଁ ଲୋକମାନଙ୍କୁ କୁହାଯାଇଥିଲା। ଯୁଦ୍ଧ ପରିସ୍ଥିତିକୁ କିଭଳି ମୁକାବିଲା କରାଯିବ ସେଥିପାଇଁ ଏହି ବ୍ଲାକଆଉଟ୍ ଡ୍ରିଲ୍ ପରିଚାଳନା କରାଯାଇଛି। ସେନାବାହିନୀ ଏଥିପାଇଁ ଆଗୁଆ ପ୍ରସ୍ତୁତ ରହିଛି। କ୍ୟାଣ୍ଟନମେଣ୍ଟ କର୍ତ୍ତୃପକ୍ଷ ଏନେଇ ଫିରୋଜପୁର ଡେପୁଟି କମିସନରଙ୍କୁ ମଧ୍ୟ ଏକ ଚିଠି ଲେଖିଛନ୍ତି। ଆଜି ସମ୍ପୂର୍ଣ୍ଣ ଅନ୍ଧାରରେ ସମରାଭ୍ୟାସ ହେବା ପୂର୍ବରୁ କ୍ୟାଣ୍ଟନମେଣ୍ଟ୍ କର୍ତ୍ତୃପକ୍ଷ ଡାକବାଜି ଯନ୍ତ୍ର ଦ୍ବାରା ଘୋଷଣା କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର କଡ଼ା ଜବାବ ଦେବାପାଇଁ ଦେଶ ସବୁ ପ୍ରକାର ପ୍ରୟାସ ଚଳାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନ୍ଏସଏ ଅଜିତ ଡୋଭଲ, ସିଡିଏସ୍ ଅନୀଲ ଚୌହାନ ଏବଂ ୩ ସେନା ମୁଖ୍ୟଙ୍କ ସହ ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ ଏବଂ ଏହି ମାମଲାରେ ସେନାକୁ ପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଆଜି ବାୟୁସେନା ମୁଖ୍ୟଙ୍କୁ ଭେଟିଛନ୍ତି।
ସେନାର ୩୦ ମିନିଟ୍ ବ୍ଲାକ୍ଆଉଟ୍ ଡ୍ରିଲ୍: ଅଧଘଣ୍ଟା ଘର ବାହାରେ ଲାଇଟ୍ ବନ୍ଦ ପାଇଁ ଅନୁରୋଧ
ପଞ୍ଜାବର ଫିରୋଜପୁରରେ ଆଜି ଭାରତୀୟ ସେନା କ୍ୟାଣ୍ଟନମେଣ୍ଟ୍ରେ ୩୦ ମିନିଟ୍ ପାଇଁ ବ୍ଲାକଆଉଟ୍ ଡ୍ରିଲ୍ କରାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଛି। ଦୁଇ ଦେଶର ଆକାଶରେ ଯୁଦ୍ଧର କଳାବାଦଲ ମଧ୍ୟ ଦେଖାଦେଇଛି।
/sambad/media/media_files/2025/05/05/7NCX1rPvJveIhKjKUDiV.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)