ଜମ୍ମୁଠାରେ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍‌ ସୁରକ୍ଷିତ

 ନୂଆଦିଲ୍ଲୀ: ସୋମବାର ଜମ୍ମୁ ନିକଟରେ  ସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ଦୁଇ ଜଣ ପାଇଲଟ୍‌ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଭାରତୀୟ ସେନା ପକ୍ଷରୁ ଏ ନେଇ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ଦୁର୍ଘଟଣା ପୂର୍ବାହ୍ନ ୧୧.୧୫ଟାରେ ଘଟିଛି। ବୈଷୟିକ ତ୍ରୁଟି ଦେଖାଯିିବା ପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏ ନେଇ ପ୍ରତିରକ୍ଷା ପ୍ରବକ୍ତା କହିଛନ୍ତି ଯେ ହେଲିକପ୍ଟରଟି ଉଦୟପୁରରୁ ରିଆସି  ଯାଉଥିବା ବେଳେ ଅଘଟଣ ଘଟିଥିଲା । ଏହି ଘଟଣାର ତଦନ୍ତ କରିବା ପାଇଁ ସେନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

https://www.timesnownews.com/

ଉଲ୍ଲେଖଯୋଗ୍ୟ, ଭାରତୀୟ ସେନା ପାଇଁ ହେଲିକପ୍ଟର ଦୁର୍ଘଟଣା କିଛି ନୂଆ କଥା ନୁହେଁ। ଏଠାରେ ଆପଣଙ୍କୁ ମନେ ପକାଇ ଦେଉଛୁ ଯେ, ୨୦୧୯ ମସିହା ଅକ୍ଟୋବର ମାସରେ ସେନାର  ଉତ୍ତରାଞ୍ଚଳ କମାଣ୍ଡର୍‌ ଜେନେରାଲ୍‌ ରଣବୀର ସିଂହ ଏବଂ ଅନ୍ୟ ଉଚ୍ଚପଦସ୍ଥ କର୍ମଚାରୀଙ୍କୁ ନେଇ ଉଡ଼ାଣ ଭରିଥିବା ହେଲିକପ୍ଟରରେ ତ୍ରୁଟି ଦେଖାଯିବା ପରେ ଜମ୍ମୁ-କଶ୍ମୀରର ପୁଞ୍ଚ୍‌ଠାରେ  ହେଲିକପ୍ଟରଟି ଜରୁରୀ ଅବତରଣ କରିଥିଲା। ୬ ଜଣଙ୍କୁ ନେଇ ଉଡ଼ାଣ ଭରିଥିବା ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ସୁରକ୍ଷିତ ଭାବେ ଅବତରଣ କରିପାରିଥିଲା।

ସେହିପରି, ସେପ୍ଟେମ୍ବର ମାସରେ ପୂର୍ବ ଭୁଟାନରେ ଏକ ସେନା ହେଲିକପ୍ଟର ଦୁର୍ଘଟଣା ଘଟି ଦୁଇ ଜଣ ପାଇଲଟ୍‌ଙ୍କ ଜୀବନ ଯାଇଥିଲା। ହେଲିକପ୍ଟରଟି ଅରୁୁଣାଚଳ ପ୍ରଦେଶରୁ ଭୁଟାନ ଯାଉଥିଲା।

ସମ୍ବନ୍ଧିତ ଖବର