ନୂଆଦିଲ୍ଲୀ: ନାଗାଲାଣ୍ଡ୍ରେ ଶନିବାର ରାତିରେ ସୁରକ୍ଷା ବାହିନୀର ଏକ ଅପରେସନରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ଉଦ୍ବେଗ ପ୍ରକାଶ କରିବା ସହ ସରକାରଙ୍କଠାରୁ ଜବାବ ମାଗିଛନ୍ତି। ସରକାର ନିଜ ଦେଶର ସାଧାରଣ ନାଗରିକଙ୍କ ସୁରକ୍ଷାରେ ଅସମର୍ଥ ହୋଇଛନ୍ତି ଏବଂ ଗୃହମନ୍ତ୍ରାଳୟ କ’ଣ କରୁଛି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ନାଗାଲାଣ୍ଡ୍ ସେନା ଅପରେସନରେ ହୋଇଥିବା ବଡ଼ ତ୍ରୁଟି ପାଇଁ କିଏ ଦାୟୀ ବୋଲି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏଆଇଏମ୍ଆଇଏମ୍ ନେତା ଅସଉଦ୍ଦିନ ଅୱେସି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
ନାଗାଲ୍ୟାଣର ମୋନ୍ ଜିଲ୍ଲାର ତିରୁ ଅଂଚଳରେ ହୋଇଥିବା ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ଅତି କମ୍ରେ ୧୩ ଜଣ ଓ ପରବର୍ତ୍ତୀ ହିଂସାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଅଂଚଳ ମ୍ୟାନ୍ମାର ସୀମାର ଅତି ନିକଟରେ ଅବସ୍ଥିତ ଥିବା ବେଳେ ଭୁଲ୍ ଗୁଇନ୍ଦା ସୂଚନା ଯୋଗୁଁ ଏତେବଡ଼ ଅନର୍ଥ ଘଟିଥିବା କୁହାଯାଉଛି।