ଟିଆରପି ରେଟିଂ ଫିକ୍ସ କରିବା ଲାଗି ଅର୍ଣ୍ଣବ ମ‌ତେ ୧୨,୦୦୦ ଡଲାର ଏବଂ ୪୦ ଲକ୍ଷ ଟଙ୍କା ଦେଇଥିଲେ : ବାର୍କର ପୂବର୍ତନ ସିଇଓ

ମୁମ୍ବାଇ: ରିପବ୍ଲିକ ଟିଭି ମୁଖ୍ୟସଂପାଦକ ଅର୍ଣ୍ଣବ ଗୋସ୍ବାମୀ ଦେଉଥିବା ଟଙ୍କାରେ ବିଦେଶ ବୁଲୁଥିଲେ ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନ୍ସିଲ୍  (ବାର୍କ)ର ପୂର୍ବତନ ସିଇଓ ପାର୍ଥ ଦାସଗୁପ୍ତା । ଚାନେଲର ଟିଆରପି ରେଟିଂ ବଢ଼ାଇବା ଅର୍ଥାତ ଜାଲିଆତି କରି ଟିଭି ଦେଖୁଥିବା ଦର୍ଶକଙ୍କ ସଂଖ୍ୟା ବଢ଼ାଇବା ପାଇଁ ଏହି ଅର୍ଥ ଦେଉଥିଲେ ଅର୍ଣ୍ଣବ । ମୁମ୍ବାଇ ପୁଲିସକୁ ଦେଇଥିବା ଏକ ହାତଲେଖା ସ୍ୱୀକାରୋକ୍ତିରେ ଏକଥା ପ୍ରକାଶ କରିଛନ୍ତି ପାର୍ଥ ଦାସଗୁପ୍ତା । ଏଥିରେ ସେ ଲେଖିଛନ୍ତି, ତାଙ୍କ ପରିବାର ବିଦେଶ ବୁଲିବା ପାଇଁ ୩ ବର୍ଷ ଭିତରେ ୧୨,୦୦୦ ଡଲାର ଏବଂ ୪୦ ଲକ୍ଷ ଟଙ୍କା ଦେଇଥିଲେ ରିପବ୍ଲିକ ଟିଭିର ମୁଖ୍ୟସଂପାଦକ ଅର୍ଣ୍ଣବ ଗୋସ୍ୱାମୀ । ଏହାଫଳରେ ଅର୍ଣ୍ଣବଙ୍କ ଅଡ଼ୁଆ କ୍ରମଶଃ ବଢ଼ିବାରେ ଲାଗିଛି।

୨୦୦୪ରୁ ସେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାଣିଥିଲେ ଏବଂ ପାର୍ଥ ୨୦୧୩ରେ ବାର୍କର ସିଇଓ ଭାବେ ଯୋଗ ଦେଲେ । ୨୦୧୭ରେ ଅର୍ଣ୍ଣବ ଗୋସ୍ୱାମୀ ରିପବ୍ଲିକ ଟିଭି ଆରମ୍ଭ କରିବା ପୂର୍ବରୁ ତାଙ୍କ ସହ ଯୋଗାଯୋଗ କରି ପରୋକ୍ଷରେ ସହାୟତା କରିବା ପାଇଁ ପ୍ରବର୍ତ୍ତାଇଥିଲେ । ୨୦୧୭ରୁ ୨୦୧୯ ଭିତରେ ପାର୍ଥଙ୍କ ପରିବାର ବିଦେଶ ବୁଲିବା ପାଇଁ  ୪୦ଲକ୍ଷ ଟଙ୍କା ଓ ୧୨,୦୦୦ ଡଲାର ଦେଇଥିଲେ ଅର୍ଣ୍ଣବ ।ଏହା ପ୍ରତିବଦଳରେ ରିପବ୍ଲିକ ଟିଭିର ରେଟିଂ ବଢ଼ାଉଥିଲେ ପାର୍ଥ।

ଏହି ଟଙ୍କାରେ ପାର୍ଥଙ୍କ ପରିବାର ଫ୍ରାନ୍ସ, ସ୍ୱିଜରଲ୍ୟାଣ୍ଡ, ସ୍ୱଡେନ ଏବଂ ଡେନମାର୍କ ବୁଲିବାକୁ ଯାଇଥିଲେ ବୋଲି ତାଙ୍କ ହାତ ଲେଖା ସ୍ୱୀକାର କରିଛନ୍ତି ପାର୍ଥ ।

ସମ୍ବନ୍ଧିତ ଖବର