ଗିରଫ ପରେ ଜେଲରେ ନୁହେଁ, ଆଲିବାଗରେ ଥିବା ସ୍କୁଲରେ ରାତି ବିତାଇଥିଲେ ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ

ମୁମ୍ବାଇ: ଜଣେ ୫୩ ବର୍ଷୀୟ ଇଣ୍ଟେରିଅର ଡିଜାଇନର ଓ ତାଙ୍କ ମାଆଙ୍କୁ ୨୦୧୮ ମସିହାରେ ଆତ୍ମହତ୍ୟା କରିବାକୁ ଉସକେଇଥିବା  ଅଭିଯୋଗରେ ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ସମେତ ତିନି ଜଣଙ୍କୁ ମହାରାଷ୍ଟ୍ରର ରାଇଗଡ଼ ପୁଲିସ ଗିରଫ କରିଥିଲା। ଗିରଫ ପରେ ଅର୍ଣ୍ଣବଙ୍କୁ ଜେଲ ନିଆ ନଯାଇ ଆଲିବାଗରେ ଥିବା ଏକ ସ୍କୁଲରେ ରଖାଯାଇଥିଲା ବୋଲି ଜଣା ପଡ଼ିଛି। ଆଲିବାଗରେ ଥିବା ସ୍କୁଲକୁ ଅସ୍ଥାୟୀ କାରାଗାରଭାବେ ବ୍ୟବହାର କରାଯାଇଥିଲା। କାରଣ କରୋନା ମାହାମାରୀ ଆରମ୍ଭ ହେବା ପରଠାରୁ ମୁଖ୍ୟ କାରାଗାରକୁ ପଠାଇବା ପୂର୍ବରୁ କଏଦୀକୁ ଅସ୍ଥାୟୀ କାରାଗାରରେ କ୍ବାରେଣ୍ଟାଇନ କରାଯାଉଛି।

Arnab Goswami spends night at local school designated as Covid centre for Alibaug prison
ThePrint

କରୋନା ସଂକ୍ରମଣକୁ ରୋକିବା ପାଇଁ ମହାରାଷ୍ଟ୍ର ଜେଲ କର୍ତ୍ତୃପକ୍ଷ ୨୩ଟି ସହରରେ ୩୦ଟି ଅସ୍ଥାୟୀ କାରାଗାର ତିଆରି କରିଛନ୍ତି। ଏ ନେଇ ନିୟମିତ କାରାଗାରକୁ ପଠାଇବା ପୂର୍ବରୁ ସରକାରୀ ବିଶ୍ରାମ ଗୃହ, ବିଦ୍ୟାଳୟ, ହଷ୍ଟେଲ ଏବଂ କିଛି କଲେଜକୁ ନୂତନ ବନ୍ଦୀମାନଙ୍କ ୧୪ଦିନିଆ କ୍ବାରେଣ୍ଟାଇନ ପାଇଁ ବ୍ୟବହୃତ ହେଉଛି। ଏହା ଦ୍ବାରା ମୁଖ୍ୟ ଜେଲ ଭିତରେ ସଂକ୍ରମଣକୁ କମ କରାଯାଇପାରୁଛି ବୋଲି କହିଛନ୍ତି ମହାରାଷ୍ଟ୍ର ଜେଲ କର୍ତ୍ତୃପକ୍ଷ। ଆର୍ଥର ରୋଡ ଜେଲରେ ୧୫୮ଜଣ କଏଦୀ ଏବଂ ୨୮ଜେଲ ଅଧିକାରୀ କରୋନା ଆକ୍ରାନ୍ତ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି। |

ସମ୍ବନ୍ଧିତ ଖବର

Comments are closed.