ଅର୍ଣ୍ଣବ ଗୋସ୍ବାମୀଙ୍କ ସିବିଆଇ ତଦନ୍ତ ଆବେଦନ ସୁପ୍ରିମ କୋର୍ଟରେ ଖାରଜ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପାଲଘର ଭିଡ଼ହିଂସା ସମ୍ପର୍କିତ ଖବର ପରିବେଷଣ କରିବା ନେଇ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାର ସିବିଆଇ ତଦନ୍ତ କରାଯିବାକୁ ଅର୍ଣ୍ଣବ ଗୋସ୍ବାମୀ କରିଥିବା ଆବେଦନକୁ ଆଜି ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ଜଣିକିଆ ଖଣ୍ଡପୀଠ, ଗୋସ୍ବାମୀ ଦାବି କରିଥିବା ସିବିଆ‌ଇ ତଦନ୍ତକୁ ଖାରଜ କରିଦେଇଛନ୍ତି।

ସୂଚନାଯୋଗ୍ୟ, ଅର୍ଣ୍ଣବ ଗୋସ୍ବାମୀ ପାଲଘର ଭିଡ଼ ହିଂସା ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିରୋଧରେ ଅପମାନସୂଚକ ମନ୍ତବ୍ୟ ପ୍ରଦାନ କରିଥିବା ଅଭି‌ଯୋଗ ହୋଇଥିଲା। ଏ ନେଇ ଅର୍ଣ୍ଣବଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା। ସେହିଭଳି ତାଙ୍କ ଉପରେ କଂଗ୍ରେସ କର୍ମୀ ଆକ୍ରମଣ କରିଥିଲେ ବୋଲି ଅର୍ଣ୍ଣବ ନାଗପୁର ସଦର ଥାନାରେ ଏତଲା ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ମାମଲାଟି ଏନ୍‌ଏମ୍‌ ଯୋଶୀ ମାର୍ଗ ଥାନାକୁ ସ୍ଥାନାନ୍ତରିତ ହୋଇଥିଲା।

ସମ୍ବନ୍ଧିତ ଖବର