ପୁଣି ବଢ଼ିଲା ଅର୍ଣ୍ଣବଙ୍କ ଅଡୁଆ: ରିପବ୍ଲିକ ଭାରତ ଟିଭି ଉପରେ ବ୍ରିଟେନ୍ ଲଗାଇଲା ୨୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ଟିଆରପି ସ୍କାମ ଭଳି ମାମଲାରେ ଛନ୍ଦି ହୋଇ ଜେଲ ଯାଇଥିବା ରିପବ୍ଲିକ ଭାରତ ଟିଭିର ମୁ୍ଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ପାଇଁ ଏବେ ଅଡୁଆ ବଢ଼ିବାରେ ଲାଗିଛି । ରିପବ୍ଲିକ ଟିଭିର ହିନ୍ଦି ଚ୍ୟାନେଲ ଉପରେ ବ୍ରିଟିଶ ବ୍ରଡକାଷ୍ଟିଂ ରେଗୁଲେଟର ୨୦ ହଜାର ପାଉଣ୍ଡ ଅର୍ଥାତ ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି । ଅଭିଯୋଗ ରହିଚି କି ଅର୍ଣ୍ଣବ ଚ୍ୟାନେଲରେ ବିିତର୍କ କରୁଥିବା ବେଳେ ହେଟ୍ ସ୍ପିଚ୍ ନିୟମ ଉଲ୍ଲଂଘନ କରିଛନ୍ତି ।

Arnab Goswami Channel Fined Rs 20 Lakh By UK Regulator For Promoting Hatred Towards Pakistanis - Arnab Goswami 'रिपब्लिक भारत'ला दणका; ब्रिटनने ठोठावला २० लाखांचा दंड | Maharashtra Times - Maharashtra Times
Maharashtra Times

ମଙ୍ଗଳବାର ଦିନ ଅଫିସ ଅଫ୍ କମ୍ୟୁନିକେସନ୍ ବା ଅଫକମ୍, ରିପବ୍ଲିକ ଭାରତର ଲାଇସେନ୍ସ ରଖିଥିବା ୱାର୍ଲ୍ଡଭ୍ୟୁ ମିଡିଆ ନେଟୱାର୍କ ଲିମିଟେଡ ଉପରେ ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି । ଅଫକମ୍ ପକ୍ଷରୁ କୁହାଯାଇଛି ଯେ,  ୨୦୧୯ ମସିହା ସେପ୍ଟେମ୍ବର ୬ ତାରିଖରେ ରିପବ୍ଲିକ ଭାରତ ଚ୍ୟାନେଲରେ ଚାଲିଥିବା ବିତର୍କ କାର୍ଯ୍ୟକ୍ରମ ‘ପୁଛତା ହେ ଭାରତ’ ରେ ପାକିସ୍ତାନୀ ଲୋକଙ୍କୁ ବାରମ୍ବାର ଟାର୍ଗେଟ କରାଯାଇଥିଲା। ସେଥିରେ ଅପମାନଜନକ ଶବ୍ଦ ବ୍ୟବହାର କରାଯାଉଥିଲା, ଯାହା କି ବ୍ରଡକାଷ୍ଟିଙ୍ଗ୍ ନିୟମ ୨.୩, ୩,୨୦.୩ ର ଉଲ୍ଲଂଘନ କରିଛି । ଏ ନେଇ ଅଫକମ୍ ରିପବ୍ଲିକ ଭାରତ ଉପରେ ୨୦ଲକ୍ଷ ଟଙ୍କାର ଜରିମାନା ଲଗାଇବା ସହ ଏଭଳି କାର୍ଯ୍ୟକ୍ରମ ପୁଣିଥରେ ପ୍ରସାରଣ ନକରିବାକୁ ନିର୍ଦ୍ଦେଶ ଦେଇଛି।

ସମ୍ବନ୍ଧିତ ଖବର