କର୍ଣ୍ଣାଟକରେ କଂଗ୍ରେସ ବିଧାୟକ ଦଳର ବୈଠକ ଜାରି , ଏଣେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଲେ ଏହି କଥା
ବେଙ୍ଗଲୁରୁ: କର୍ଣ୍ଣାଟକରେ ଜାରି ରହିଥିବା ରାଜନୈତିକ ସଂକଟ ଭିତରେ ଏବେ କଂଗ୍ରେସ ପକ୍ଷରୁ ବିଧାୟକ ଦଳର ବୈଠକ ବେଙ୍ଗଲୁରୁ ର ବିଧାନସୌଧରେ ଚାଲିଛି। ଏଥିରେ ଜଣେ ବିଧାୟକ ଅସୁସ୍ଥତା ହେତୁ ଯୋଗ ଦେଇ ନଥିବା ଜଣାଯାଇଛି। । ମେଂଟ ସରକାରକୁ ବଂଚାଇବା ପାଇଁ କଂଗ୍ରେସ ଓ ଜେଡିଏସ ନେତାଙ୍କ ଜୋରଦାର ପ୍ରୟାସ ଜାରି ରହିବା ଭିତରେ ୨ ଜଣ ସ୍ୱାଧୀନ ବିଧାୟକ ଏଚ ନାଗେଶ୍ ଓ ଆର ଶଙ୍କର ବିଦ୍ରୋହୀ ବିଧାୟକଙ୍କ ସହିତ ସାମିଲ ହୋଇଛନ୍ତି ।
କୁମାରସ୍ୱାମୀ ସରକାରରୁ ଏହି ୨ ସ୍ୱାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରି ବିଦ୍ରୋହୀଙ୍କ ମେଳରେ ଯୋଗ ଦେଇଛନ୍ତି । ଫଳରେ କର୍ଣ୍ଣାଟକରେ ୨୨୪ ଆସନ ବିଶିଷ୍ଟ ବିଧାନସଭାରେ ମେଂଟ ସରକାର ଏବେ ଅଡୁଆରେ । ସରକାର ଗଠନ ପାଇଁ ମ୍ୟାଜିକ୍ ନଂବର ୧୦୩କୁ ଖସି ଆସିଛି । ତେବେ ବିଜେପିକୁ ବର୍ତମାନ ୧୦୭ ବିଧାୟକଙ୍କ ସମର୍ଥନ ଥିବାରୁ , ସମସ୍ତଙ୍କ ନଜର ରହିଛି ବିଜେପିର ରାଜନୈତିକ ଗୋଟି ଚାଳନା ଉପରେ ।
Union Minister Pralhad Joshi on current political situation in #Karnataka: It has become their (Congress) nature to allege anybody for their failure. Their MLAs have submitted their resignations to the Governor. We are monitoring the situation and will decide accordingly. pic.twitter.com/WAEMkAgiCN
— ANI (@ANI) July 9, 2019
ଏଭଳି ସମୟରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ବିଜେପି କର୍ଣ୍ଣାଟକରେ ଜାରି ରହିଥିବା ରାଜନୈତିକ ସଂକଟ ଉପରେ ଦଳ ନଜର ରଖିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ ସବୁ ବେଳେ ନିଜର ବିଫଳତାଲାଗି ଅନ୍ୟକୁ ଦୋଷ ଦେଇ ଆସିଛି। ସେମାନଙ୍କର ବିଧାୟକମାନେ ରାଜ୍ୟପାଳଙ୍କୁ ଇସ୍ତଫା ଦେଇଛନ୍ତି। ଅବସ୍ଥା ଦେଖି ବିଜେପି ନିଜର କାର୍ଯ୍ୟପନ୍ଥା ସ୍ଥିର କରିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ।