ଲକଡାଉନ ୪.୦ : ଅଫିସ୍ ଆସୁଥିବା କର୍ମଚାରୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍ ବାଧ୍ୟତାମୂଳକ କଲେ ସରକାର

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଲକଡାଉନର ଅବଧି ୧୪ଦିନ ପର୍ଯ୍ୟନ୍ତ ବଢାଇବା ସହ ମେ ୩୧ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି | କିଛି ନୂଆ ନିୟମ ସହ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହେବା ସହ ଏହି ପର୍ଯାୟରେ ଆରୋଗ୍ୟ ସେତୁ ଆପକୁ ବାଧ୍ୟତାମୂଳକ କରାଯାଇଛି | ଆରୋଗ୍ୟ ସେତୁ ଆପର ଫାଇଦା ଦେଖିବା ପରେ ସରକାରୀ ଅଫିସ ଆସୁଥିବା ସମସ୍ତ କର୍ମଚାରୀଙ୍କୁ ନିଜ ଫୋନରେ ଏହି ଆପକୁ ଇନଷ୍ଟଲ କରିବାକୁ କହିଛନ୍ତି | ସେହିପରି କମ୍ପାନିର କର୍ମଚାରୀମାନେ ଆପ ଇନଷ୍ଟଲ କରିଛନ୍ତି କି ନାହିଁ ସେ ନେଇ କମ୍ପାନୀର ମାଲିକଙ୍କୁ ସୁନିଶ୍ଚିତ କରିବାକୁ କୁହାଯାଇଛି | ଘରୁ ବାହାରିବା ପୂର୍ବରୁ ଏହି ଆପରେ ନିଜର ହେଲଥ ଷ୍ଟାଟସ ଦେଖି କର୍ମଚାରୀମାନଙ୍କୁ ଅଫିସ ଆସିବା ପାଇଁ କୁହାଯାଇଛି, ଯାହାଦ୍ୱାରା ସମୟ ପୂର୍ବରୁ ସେମାନଙ୍କର ଚିକିତ୍ସା ହୋଇପାରିବା ସହ ସେମାନେ ଅନ୍ୟ କାହାକୁ ସଂକ୍ରମିତ କରିବାର ଆଶଙ୍କା ମଧ୍ୟ ରହିବ ନାହିଁ |

Government employees mandated to download Arogya Setu app in ...
The Hindu

ସୂଚନା ମୁତାବକ, ଗାଇଡଲାଇନରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ରାଜ୍ୟ ସରକାର ଏଣିକି ରେଡ, ଗ୍ରୀନ ଓ ଅରେଞ୍ଜ ଜୋନ ନିର୍ଦ୍ଧାରଣ କରିବେ | ସେହିପରି ବର୍ତ୍ତମାନ ତିନିଟି ଜୋନ ବଦଳରେ ୫ଟି ଜୋନ ରହିବ | ରେଡ, ଗ୍ରୀନ ଓ ଅରେଞ୍ଜ ଜୋନ ସହ ବଫର ଓ କଣ୍ଟେନମେଣ୍ଟ ଜୋନ ମଧ୍ୟ ରାଜ୍ୟ ସରକାର ସ୍ଥିର କରିବେ | ମୋଟାମୋଟି ଲକଡାଉନ-୪.୦ରେ ରାଜ୍ୟ ସରକାରମାନଙ୍କୁ ପ୍ରମୁଖ ଦାୟିତ୍ୱ ଦିଆଯାଇଛି |

ସମ୍ବନ୍ଧିତ ଖବର