ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ଭାରତୀୟ ମୋବାଇଲ୍ ଫୋନ୍ରେ ଆରୋଗ୍ୟ ସେତୁ ଆପ୍ ଇନଷ୍ଟଲ୍ କରିଛନ୍ତି। କରୋନା ବିରୋଧରେ ଲଢ଼େଇ ପାଇଁ ସରକାର ଏହାକୁ ଏକ ଅତ୍ୟାବଶ୍ୟକ ଉପକରଣ ଭାବେ ଗ୍ରହଣ କରିଛନ୍ତି। ଆରୋଗ୍ୟ ସେତୁ ୱେବସାଇଟ୍ କହୁଛି ଏହା ଜାତୀୟ ସୂଚନା କେନ୍ଦ୍ର ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଦ୍ବାରା ତିଆରି ହୋଇଛି। ତେବେ ସୂଚନା ଅଧିକାର ଆଇନରେ ଏ ବାବଦ ତଥ୍ୟ ନ ମିଳିବାରୁ କେନ୍ଦ୍ରୀୟ ସୂଚନା କମିସନ୍ ଏହି ମାମଲାରେ ସରକାରଙ୍କୁ ନୋଟିସ୍ କରିଛନ୍ତି। କର୍ତ୍ତୃପକ୍ଷମାନେ ଏଭଳି ଗୁରୁତ୍ବପୂର୍ଣ୍ଣ ସୂଚନା ସମ୍ପର୍କରେ କିଛି କହିନପାରିବା ଅଗ୍ରହଣୀୟ ବୋଲ ଆର୍ଟିଆଇ ଶୀର୍ଷ ଅଧିକାରୀ କହିଛନ୍ତି। କିଏ ଏହି ଆପ୍ ସୃଷ୍ଟି କରିଥିଲେ ସେନେଇ କୌଣସି ପ୍ରମୁଖ ସରକାରୀ ସୂଚନା ଅଧିକାରୀଙ୍କ ପାଖରେ କିଛି ଉତ୍ତର ନାହିଁ। ନଭେମ୍ବର ୨୪ ସୁଦ୍ଧା ଉକ୍ତ ବିଭାଗର ଅଧିକାରୀମାନଙ୍କୁ କମିସନ୍ରେ ହାଜର ହେବାକୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ସାମାଜିକ କର୍ମୀ ସୌରଭ ଦାସ ଏନେଇ ଅଭିଯୋଗ କରିଥିଲେ। ଆପ୍ର ସୃଷ୍ଟି ସଂକ୍ରାନ୍ତରେ ବିଭିନ୍ନ ମନ୍ତ୍ରାଳୟ ସୂଚନା ଦେବାରେ ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଆଜି ସନ୍ଧ୍ୟାରେ କେନ୍ଦ୍ର ସରକାର ଏ ବାବଦରେ ସ୍ଥିତି ସ୍ପଷ୍ଟ କରିଛନ୍ତି। ‘ମାଇଗଭ୍’ ଏବଂ ଡିଜିଟାଲ୍ ଇଣ୍ଡିଆ କର୍ପୋରେସନର ସିଇଓ ଏ ବାବଦରେ ଜବାବ ରଖି କହିଛନ୍ତି ଯେ ମନ୍ତ୍ରାଳୟ ଏବଂ ଏନ୍ଆଇସି ମିଳିତ ଭାବେ ବିଶେଷଜ୍ଞଙ୍କ ସହାୟତାରେ ଏହି ଆପ୍ ପ୍ରସ୍ତୁତ କରିଛନ୍ତି ଏବଂ ଏଥିରେ ଜନସାଧାରଣଙ୍କ ବିଶେଷ ସହଯୋଗ ରହିଛି।
ଆରୋଗ୍ୟ ସେତୁ ଆପ୍ କିଏ ତିଆରି କରିଛି?
ଆର୍ଟିଆଇ ନୋଟିସ୍ର ଜବାବ ଦେଲେ ସରକାର
/sambad/media/post_attachments/wp-content/uploads/2020/05/aarogya-696x414-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)