ମୁମ୍ବାଇ: ପ୍ରାୟ ୧୦୦ ଯାତ୍ରୀ ମୁମ୍ବାଇ ବିମାନ ବନ୍ଦରରେ ପାଖାପାଖି ୮ ଘଣ୍ଟା ଧରି ଫସି ରହିଥିବା ସୂଚନା ହସ୍ତଗତ ହୋଇଛି। ମୁମ୍ବାଇରୁ ଇସ୍ତାନବୁଲ ଅଭିମୁଖେ ସକାଳ ସାଢ଼େ ୬ଟାରେ ଉଡ଼ିବାକୁ ଥିବା ଇଣ୍ଡିଗୋ ବିମାନ ପ୍ରାୟ ୮ ଘଣ୍ଟା ପରେ ବାତିଲ ହୋଇଥିଲା। ଯାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ବିମାନବନ୍ଦରରେ ଫ୍ଲାଇଟକୁ ଅପେକ୍ଷା କରୁଥିଲେ ବି ସେମାନଙ୍କୁ ପାଣି ଓ ଖାଦ୍ୟ ଦିଆଯାଇନଥିଲା ।
ମୁମ୍ବାଇରୁ ଇସ୍ତାନବୁଲ ଅଭିମୁଖେ ଉଡ଼ାଣ ଭରିଥିବା ଏହି ବିମାନ ସକାଳ ୬ଟା ୫୫ରେ ଉଡ଼ାଣ ଭରିବାର ଥିଲା। କିନ୍ତୁ ପ୍ରାୟ ୮ ଘଣ୍ଟାର ଅପେକ୍ଷା ପରେ ବିମାନକୁ ବାତିଲ କରିଦିଆଯାଇଥିଲା । ଏହି ଯାତ୍ରାରେ ପାଖାପାଖି ୧୦୦ ଜଣ ଯାତ୍ରୀ ଥିଲେ, ଯେଉଁଥିରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ଥିଲା ।
ମୁମ୍ବାଇରୁ ଇସ୍ତାନବୁଲ ଅଭିମୁଖେ ଉଡ଼ାଣ ଭରିଥିବା ଏହି ବିମାନ ସକାଳ ୬ଟା ୫୫ରେ ଉଡ଼ାଣ ଭରିବାର ଥିଲା। କିନ୍ତୁ ପ୍ରାୟ ୮ ଘଣ୍ଟାର ଅପେକ୍ଷା ପରେ ବିମାନକୁ ବାତିଲ କରିଦିଆଯାଇଥିଲା । ଏହି ଯାତ୍ରାରେ ପାଖାପାଖି ୧୦୦ ଜଣ ଯାତ୍ରୀ ଥିଲେ, ଯେଉଁଥିରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ଥିଲା ।
ଯାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଅନେକ ଘଣ୍ଟା ଧରି ବିମାନ ଭିତରେ ବସାଇ ରଖାଯାଇଥିଲା। କର୍ମଚାରୀମାନେ କୌଣସି ସୂଚନା ଦେଇନଥିବାରୁ ଯାତ୍ରୀମାନେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। ପଚରାଉଚରା ପରେ ବିଳମ୍ବ ସମ୍ପର୍କରେ ସେମାନଙ୍କୁ କୁହାଯାଇଥିଲା। ଜଣେ ଯାତ୍ରୀ କହିଛନ୍ତି ଯେ ୧୩ ଘଣ୍ଟା ପରେ ସେ ପାଣି ବୋତଲ ପାଇଥିଲେ। ଏହି ଘଟଣାକୁ ନେଇ ଅସନ୍ତୁଷ୍ଟ ଶହ ଶହ ଯାତ୍ରୀ ଏବେ ବି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏୟାରଲାଇନ୍ସକୁ ପରବର୍ତ୍ତୀ ବିମାନରେ ଆଡଜଷ୍ଟ କରିବା କିମ୍ବା ଟଙ୍କା ଫେରସ୍ତ କରିବାକୁ ଦାବି କରୁଛନ୍ତି।
ଅନ୍ୟପକ୍ଷରେ ଇଣ୍ଡିଗୋ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଆମେ ଦୁଃଖିତ ଯେ ଆମର ବିମାନ ୬ଇ୧୭ ପ୍ରଥମେ ମୁମ୍ବାଇରୁ ଇସ୍ତାନବୁଲ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ବେଳେ ବୈଷୟିକ ତ୍ରୁଟି ଯୋଗୁଁ ବିଳମ୍ବ ହୋଇଥିଲା। ଦୁର୍ଭାଗ୍ୟବଶତଃ, ସମସ୍ୟାର ସମାଧାନ କରିବା ଏବଂ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ଆମର ଯଥାସମ୍ଭବ ପ୍ରୟାସ ସତ୍ତ୍ୱେ, ଶେଷରେ ଆମକୁ ବିମାନ ବାତିଲ କରିବାକୁ ପଡିଲା । ଆମର ପ୍ରଭାବିତ ଗ୍ରାହକମାନଙ୍କୁ ସହାୟତା ଯୋଗାଇବା ପାଇଁ ଆମ ଟିମ୍ କଠିନ ପରିଶ୍ରମ କରୁଛନ୍ତି। ରହିବା, ଖାଇବା ଓ ସମ୍ପୂର୍ଣ୍ଣ ଫେରସ୍ତ ବ୍ୟବସ୍ଥା କରାଯାଉଛି।