ମେକ-ଇନ-ଇଣ୍ଡିଆର ସଫଳତା, ଚୀନରୁ ଭାରତକୁ ଉତ୍ପାଦନ କେନ୍ଦ୍ର ଉଠାଇଆଣିବାକୁ ୨୦୦ ଆମେରିକୀୟ କମ୍ପାନିଙ୍କ ବିଚାର

ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ହେବା ପରେ ଚୀନ ପ୍ରତି ସେ କଡା ମତପୋଷଣ କରୁଛନ୍ତି । ଏହା ଫଳରେ ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଦିନକୁ ଦିନ ଘନେଇବାରେ ଲାଗିଛି । କିନ୍ତୁ ଏହି ଦୁଇ ବିଶାଳ ଅର୍ଥନୀତି ମଧ୍ୟରେ ଚାଲିଥିବା ଲଢେଇରେ ଭାରତ ଲାଭରେ ରହିବାର ସମ୍ଭାବନା ରହିଛି । କାରଣ ଚୀନ-ଆମେରିକା ବାଣିଜ୍ୟ ସଂପର୍କ ଖରାପ ହେଉଥିବାରୁ ଚୀନରେ ନିଜର ଉତ୍ପାଦନ କେନ୍ଦ୍ର ଖୋଲିଥିବା ଆମେରିକୀୟ କମ୍ପାନିମାନେ ସେଠାରେ ବେଶୀଦିନ ରହିବାରୁ ସୁରକ୍ଷିତ ମନେକରୁନାହାନ୍ତି । ଏଥିପାଇଁ ଆମେରିକୀୟ କମ୍ପାନିମାନେ ଭାରତକୁ ନିଜର ବିକଳ୍ପ ସ୍ଥାନଭାବେ ଦେଖୁଛନ୍ତି ।

ଆମେରିକା-ଭାରତ ରଣନୈତିକ ଓ ସହଯୋଗିତା ଫୋରମର ମୁଖ୍ୟ ମୁକେଶ ଆଘି କହିଛନ୍ତି ଯେ ପ୍ରାୟ ୨୦୦ ଆମେରିକୀୟ କମ୍ପାନି ଭାରତରେ ନିଜର ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବାକୁ ବିଚାର କରୁଛନ୍ତି । ଏବେ ଭାରତରେ ଚାଲିଥିବା ସାଧାରଣ ନିର୍ବାଚନ ପରେ ନୂଆ ସରକାରଙ୍କ ନୀତି ଓ ଆଭିମୁଖ୍ୟକୁ ଦେଖି ଏହି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ନୂଆ ସରକାର ଅଧିକ ଆର୍ଥିକ ସଂସ୍କାର ଆଣିବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଦେଶରେ ଚାଲିଥିବା ମେକ-ଇନ-ଇଣ୍ଡିଆ ଯୋଜନାରେ ଅନେକ ସୁବିଧା ଦିଆଯାଉଥିଲେ ମଧ୍ୟ କେତେକ କ୍ଷେତ୍ରରେ ଆହୁରି ସ୍ପଷ୍ଟତା ଚାହୁୁଁଛନ୍ତି ବିଦେଶୀ କମ୍ପାନି ।

ସମ୍ବନ୍ଧିତ ଖବର