ମାଘ ପୂର୍ଣ୍ଣିମା ଉପଲକ୍ଷେ ପ୍ରୟାଗରାଜରେ ବୁଡ଼ ପକାଇବେ ପ୍ରାୟ ୨୫ ଲକ୍ଷ ଭକ୍ତ

ପ୍ରୟାଗରାଜ: ମାଘ ପୂର୍ଣ୍ଣିମା ଉପଲକ୍ଷେ ରବିବାର ଦିନ ପବିତ୍ର ଗଙ୍ଗାନଦୀରେ ବୁଡ଼ ପକାଇବାକୁ ବାରାଣସୀସ୍ଥିତ ତ୍ରିବେଣୀ ସଙ୍ଗମରେ ଲକ୍ଷ ଲକ୍ଷ ଭକ୍ତ ଧାଡ଼ି ବାନ୍ଧିଛନ୍ତି। ଆଜିର ଦିନକୁ ‘ମାଘ ନକ୍ଷତ୍ର’ ମଧ୍ୟ କୁହାଯାଏ।

ପ୍ରଶାସନ କହିବା ଅନୁସାରେ ପ୍ରାୟ ୨୫ ଲକ୍ଷ ଭକ୍ତ ଆଜି ଏଠରେ ବୁଡ଼ ପକାଇବେ। ବୁଡ଼ ପକାଇବା ନିମନ୍ତେ ଭକ୍ତମାନଙ୍କ ଲାଗି ୮ଟି ଘାଟ ନିର୍ମାଣ କରାଯାଇଛି। ପାହାନ୍ତା ପହରର ବହୁ ପୂର୍ବରୁ ଏହି ସବୁ ଘାଟମାନଙ୍କରେ ବହୁ ସଂଖ୍ୟକ ଜନସମାଗମ ଆରମ୍ଭ ହୋଇଯାଇଛି। ଏଥିପାଇଁ ପ୍ରଶାସନ ତରଫରୁ ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରାଯାଇଛି।

Image Source: New Delhi Times

ବୁଡ଼ ପକାଇ ସାରିବା ପରେ ଭକ୍ତମାନେ ନଦୀକୂଳରେ ଚାଲିଥିବା ମାଘ ମେଳା ଦେଖିବାକୁ ଯାଉଛନ୍ତି। ୪୩ ଦିନ ଯାଏଁ ଏହି ମେଳା ଚାଲେ।

ଆଜି ପବିତ୍ର ବୁଡ଼ ସହ ଦୀର୍ଘ ଏକ ମାସ ଧରି ଚାଲିଥିବା ‘କଳ୍ପବାସ’ ମଧ୍ୟ ଶେଷ ହେଉଛି। ସଙ୍ଗମ ନିକଟରେ ତମ୍ବୁ ପକାଇ ଲୋକେ ‘କଳ୍ପବାସ’ କରୁଥିଲେ।

ସମ୍ବନ୍ଧିତ ଖବର