ଲଷ୍ନୌ: ଉତ୍ତରପ୍ରଦେଶରେ ସରକାରୀ ନିଯୁକ୍ତିର ଏକ ବଡ଼ ହେର୍ଫେର୍ ମାମଲା ସାମ୍ନାକୁ ଆସିଛି। ଆଗ୍ରାର ସାହାଜଙ୍ଗ କ୍ଷେତ୍ରରେ ରହୁଥିବା ବାସିନ୍ଦା ଅର୍ପିତ ସିଂହଙ୍କ ପୁତ୍ର ଅନୀଲ କୁମାର ସିଂହ ଭିନ୍ନ ଜିଲାରେ ଭିନ୍ନ ଆଧାରକାର୍ଡ ପ୍ରସ୍ତୁତ କରି ବିଭିନ୍ନ ଚାକିରି କରୁଥିଲେ। ଏହି କଥାର ଖୁଲାସା ହେବା ପରେ ତାଙ୍କ ବିରୋଧରେ ବଳରାମପୁର, ଫାରୁଖାବାଦ, ରାମପୁର, ବୃନ୍ଦା, ଆମ୍ରୋହା ଏବଂ ଶାମଲି ପୁଲିସ ଏକ ରିପୋର୍ଟ ଦାଖଲ କରିଛି।
ଗଣମାଧ୍ୟମରେ ମୁହଁ ଖୋଲି ଅନୀଲଙ୍କ ବାପା ଅର୍ପିତ ସିଂହ କହିଛନ୍ତି, ‘ମୋ ପୁଅ ୨୦୧୬ ମସିହାରେ ହାଥରସ ଜିଲ୍ଲାରେ ପ୍ରଥମ ଚାକିରି ପାଇଥିଲା। ସେ ଗାଜିଆବାଦ୍ରୁ ଡିପ୍ଲୋମା କରିଥିଲା। ଏହା ପରେ ଯେତେବେଳେ ନିଯୁକ୍ତି ଆସିଲା ତ ସେ ଆବେଦନ କରିବାକୁ ଚାକିରି ପାଇଗଲା। ତେବେ ତା’ର ଏହି ଠକେଇ ବିଷୟରେ ମୋର କିଛି ବି ଜ୍ଞାନ ନାହିଁ, ମୁଁ ଖବରକାଗଜରେ ଖବର ପ୍ରକାଶିତ ହେବା ପରେ ଯାଇ ଜାଣିଲି।’’
ଏହି ମାମଲାର ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଅଭିଯୁକ୍ତ ସବୁଠି ନାମ, ପିତାଙ୍କ ନାମ ଏବଂ ଠିକଣା ସମାନ ରଖିଥିଲେ। କିନ୍ତୁ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ଆଧାର ନମ୍ବର ଉପସ୍ଥାପନ କରିଥିଲେ। ଯାହାକି ତାଙ୍କୁ ଶୀଘ୍ର ଧରାଇବାରେ ସହାୟକ ହେଲା। ଏଭଳି ଭିନ୍ନ ଭିନ୍ନ ଜାଗାରେ ଚାକିରି କରି ସେ ବର୍ଷକୁ ୩ କୋଟି ଟଙ୍କା ରୋଜଗାର କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/09/09/new-project-20-2025-09-09-17-26-03.jpg)