କୋଲକାତା: ଅର୍ପିତା ମୁଖାର୍ଜୀଙ୍କ ଘରୁ ଜବତ ହୋଇଥିବା ବିପୁଳ ପରିମାଣର ନଗଦ ଟଙ୍କା ପାର୍ଥ ଚାଟାର୍ଜୀଙ୍କର ବୋଲି ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ତଥା ମଡେଲ ଅର୍ପିତା ନିଜେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିକଟରେ ସ୍ବୀକାର କରିଛନ୍ତି। ତାଙ୍କ ସହ ସଂଯୁକ୍ତ କମ୍ପାନୀଗୁଡିକୁ ଏହି ଟଙ୍କା ଦିଆଯାଉ ବୋଲି ସେ ଏଜେନ୍ସିକୁ କହିଛନ୍ତି। ପଚରାଉଚରା ବେଳେ ଅଭିନେତ୍ରୀ କହିଥିଲେ, ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଜବତ ହୋଇଥିବା ନଗଦ ଟଙ୍କା ତାଙ୍କ ଘରୁ ବାହାରକୁ ଯିବା ପାଇଁ ଯୋଜନା ଥିଲା। କିନ୍ତୁ ଇଡି ଚଢ଼ଉ କରି ଏହି ଯୋଜନାକୁ ପଣ୍ଡ କରିଦେଲା । ଅର୍ପିତା ମୁଖାର୍ଜୀ ଏବଂ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ମିଳିତ ଭାବେ ଏକ ସମ୍ପତ୍ତିର ମାଲିକ ଅଟନ୍ତି। ଅନୁସନ୍ଧାନ ବେଳେ ମିଳିଥିବା ମିଳିତ ସମ୍ପତ୍ତି ସମ୍ବନ୍ଧୀୟ ଦଲିଲରୁ ଏହା ସ୍ପଷ୍ଟ ହୋଇଛି। ୨୦୧୨ରେ ପାର୍ଥ ଚାଟାର୍ଜୀ ଏହି ସମ୍ପତ୍ତି କ୍ରୟ କରିଥିଲେ। ରବିବାର ଅର୍ପିତାଙ୍କୁ ହାଜର କରାଇବା ପାଇଁ କୋର୍ଟକୁ ନିଆଯାଉଥିବାବେଳେ ସେ କହିଥିଲେ, କୌଣସି ଦଳ ସହିତ ମୋର ସମ୍ପର୍କ ନାହିଁ। ମୁଁ ଆଇନକୁ ବିଶ୍ବାସ କରେ। କୋର୍ଟରେ ହାଜର ହେବା ପରେ ମୁଖାର୍ଜୀଙ୍କୁ ଦିନକ ପାଇଁ ଇଡି ହେପାଜତକୁ ପଠାଇ ଦିଆଯାଇଥିଲା। କୋର୍ଟରେ ହାଜର ହେବା ପୂର୍ବରୁ ଡାକ୍ତରୀ ପରୀକ୍ଷା ପାଇଁ ଜୋକାସ୍ଥିତ ଇଏସ୍ଆଇ ହସ୍ପିଟାଲକୁ ନିଆଯାଇଥିଲା।
ମାନିଲେ ଅର୍ପିତା, ଜବତ ଟଙ୍କା ପାର୍ଥଙ୍କର
/sambad/media/post_attachments/wp-content/uploads/2022/07/partha-and-aprita.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)