କୋଲକାତା : ବଙ୍ଗଳା ମଡେଲ, ଅଭିନେତ୍ରୀ ତଥା ବହିଷ୍କୃତ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ନେଇ ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରାଙ୍କ ଏକ ଟ୍ୱିଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବୋଥ୍ରା ଲେଖିଛନ୍ତି, ଯାହା କୁହନା କାହିଁକି ଅର୍ପିତାଜୀ ବିଶ୍ବସ୍ତତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେ ନିଜେ ରହୁଥିବା ହାଉସିଂ ସୋସାଇଟିର ୧୧,୮୦୯ ଟଙ୍କା ବାକି ଅଛି। ଏ ନେଇ ଏକ ନୋଟିସ୍ ମଧ୍ୟ ତାଙ୍କ ଫ୍ଲାଟ୍ରେ ଲଗାଯାଇଛି। ହେଲେ ସେ ଅନ୍ୟ ଜଣଙ୍କର ଟଙ୍କାକୁ ସମ୍ପୂର୍ଣ୍ଣ ଦାୟିତ୍ବରେ ରଖିଥିଲେ।’ ଅରୁଣ ବୋଥ୍ରାଙ୍କ ଏଭଳି ବ୍ୟଙ୍ଗାତ୍ମକ ଟ୍ବିଟ୍ ଚର୍ଚ୍ଚାରେ ରହିଛି ।
ଅର୍ପିତା ମୁଖାର୍ଜୀ ଉଦାହରଣ ସୃଷ୍ଟି କଲେ: ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରା
/sambad/media/post_attachments/wp-content/uploads/2020/02/arun-bothra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)