ପ୍ରୟାଗରାଜ: ପ୍ରୟାଗରାଜରେ ହେଉଥିବା ମହାକୁମ୍ଭ କାରଣରୁ ବିହାରର ଅନେକ ଷ୍ଟେସନ୍‌ରେ ବି ପ୍ରବଳ ଲୋକଭିଡ଼ ଦେଖିବାକୁ ମିଳୁଛି। ପ୍ରୟାଗରାଜ ଯାଉଥିବା ଯାତ୍ରୀମାନଙ୍କ ଭିଡ଼ ଦିଲ୍ଳୀ ଷ୍ଟେସନ୍‌ରେ ଜମିବ ପରେ ଯାହା ଘଟିଥିଲା ତାହା ତ ସମସ୍ତେ ଜାଣନ୍ତି। ଯେଉଁ ଦଳାଚକଟା ସୃଷ୍ଟି ହୋଇଥିଲା ତାହାକୁ ପୂରା ଦେଶ ଦେଖିଲା । ଏହି ଦଳାଚକଟା ସ୍ଥିତିରେ ପ୍ରାୟ ୧୮ ଜଣଙ୍କ ଜୀବନ ବି ଗଲା । ଏବେ ସମାନ ଚିତ୍ର ଆସିଛି ପଡ଼ୋଶୀ ବିହାରରୁ । ଷ୍ଟେସନରେ ପ୍ରୟାଗରାଜ ଯିବାକୁ ଥିବା ଯାତ୍ରୀମାନେ ଷ୍ଟେସନରେ ଅପେକ୍ଷା କରିଥିଲେ ହେଲେ ଷ୍ଟେସନରେ ଟ୍ରେନ୍‌ ଆସି ପହଞ୍ଚିବା ପରେ କବାଟ ଖୋଲିନଥିଲା ବଗିର। ତେଣୁ ଲୋକମାନେ ରାଗିଯାଇ ଟ୍ରେନ୍‌ କବାଟର କାଚ ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟମ କଲେ। ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ସୂଚନାରୁ ପ୍ରକାଶ କି, ଯାତ୍ରୀମାନେ ପ୍ରୟାଗରାଜ ଯିବା ପାଇଁ ଷ୍ଟେସନ୍‌ରେ ଅପେକ୍ଷା କରିଥିଲେ। ଏହି ଭିତିରେ ସଂପୂର୍ଣ୍ଣକ୍ରାନ୍ତି ଏକ୍ସପ୍ରେସ ଷ୍ଟେସନରେ ପହଞ୍ଚିଥିଲା । ପୂର୍ବରୁ ଏସି ବଗିରେ ପ୍ରବଳ ଜାମ୍‌ ହୋଇଥିବା କାରଣରୁ ଏସି କବାଟ ଖୋଲାଯାଇନଥିଲା । ହେଲେ ଅପେକ୍ଷାରତ ଯାତ୍ରୀ କିଛି ବୁଝିବା ପରିସ୍ଥିତିରେ ନଥିଲେ । ସେଇଥି ଲାଗି ତ ଟ୍ରେନ୍‌ର କାଚ ଭାଙ୍ଗି ପଶିଯାଇଥିଲେ । କୁହାଯାଉଛି କି, ଯେଉଁମାନେ ଟିକେଟ୍‌ କରିଥିଲେ ସେମାନେ ବି ଟ୍ରେନ୍‌ରେ ଚଢିପାରିନଥିଲେ । ତେଣୁ ଉତକ୍ଷିପ୍ତ ହୋଇ ଏମିତି କରିଥିବା ଜଣାପଡ଼ିଛି ।