ଏକଥା ସତ ହୋଇଥିଲେ ମତେ ଗିରଫ କରାଯାଉ: ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଅଭିଯୋଗ ହେଉଥିବା ମଦ ଦୁର୍ନୀତି ସହ ସମ୍ପୃକ୍ତ ଥିବା ସଂକ୍ରାନ୍ତରେ ‘ବିଜେପି’ ସେୟାର୍‌ କରିଥିବା ଭିଡିଓ ବିଷୟରେ ପ୍ରତିକ୍ରିୟା ପ୍ରକାଶ କରି ଆଜି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, ଯଦି ଉକ୍ତ ଷ୍ଟିଙ୍ଗ୍‌ ଭିଡିଓ ସତ, ତେବେ ସେ ଗିରଫ ହେବା ପାଇଁ ପ୍ରସ୍ତୁତ ଅଛନ୍ତି।

ଆଜି ‘ବିଜେପି’ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ‘ଷ୍ଟିଙ୍ଗ୍‌ ଭିଡିଓ’ ପ୍ରଦର୍ଶନ କରିଛି। ଉକ୍ତ ଭିଡିଓରେ ଦେଖାଯାଉଛି, ମଦ ବ୍ୟବସାୟ ସହିତ ଜଡ଼ିତ ଥିବା ଜଣେ ବ୍ୟକ୍ତି କହୁଛନ୍ତି ଯେ, ଏକଚାଟିଆ ବ୍ୟବସାୟ କରିବା ନିମନ୍ତେ ଅଳ୍ପ କେତେଜଣ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଲାଗି ଦିଲ୍ଲୀର ‘ଆପ୍‌’ ସରକାର ଜାଣିଶୁଣି କ୍ଷୁଦ୍ର ବ୍ୟବସାୟୀଙ୍କୁ ଉକ୍ତ ବରାଦଦିଆ ଅବକାରୀ ନୀତିରୁ ଦୂରେଇ ରଖିଛି।

Image Courtesy of India Today

‘ବିଜେପି’ ଆହୁରି ମଧ୍ୟ ଦାବି କରିଛି ଯେ, ଗୋଆ ଏବଂ ପଞ୍ଜାବ ନିର୍ବାଚନରେ ଖର୍ଚ୍ଚ କରିବା ଲାଗି ଜଣେ ବଡ଼ ମଦ ବ୍ୟବସାୟୀ ସମୁଦାୟ ନଗଦ ୧୦୦ କୋଟି ଟଙ୍କା ଦେଇଛନ୍ତି।

ଏକଥାରେ ପ୍ରତିକ୍ରିୟାଶୀଳ ହୋଇ ମନୀଷ ସିସୋଦିଆ କହିଛନ୍ତି, ‘ବିଜେପି’ ଏହି ଷ୍ଟିଙ୍ଗ୍‌ ଭିଡିଓକୁ ‘ସିବିଆଇ’ରେ ଦାଖଲ କରିବା ଉଚିତ। କାରଣ ‘ସିବିଆଇ’ ‘ବିଜେପି’ର ଦ୍ବିତୀୟ ୟୁନିଟ୍‌ ଭାବ‌େ କାର୍ଯ୍ୟ କରୁଛି।

ଯଦି ଏହି ‘ଷ୍ଟିଙ୍ଗ୍‌’ ସତ୍ୟ ସୋମବାର ସୁଦ୍ଧା ମତେ ଗିରଫ କରାଯାଉ।

ସମ୍ବନ୍ଧିତ ଖବର