କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ମହିଳାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଅଭିଯୋଗ ଆସିବା ପରେ ଫେରାର ହୋଇଥିବା ତୃଣମୂଳ କଂଗ୍ରେସ ନେତା ଶାହଜାହାନ ଶେଖକୁ ଗିରଫ କରିବାକୁ କାଲକାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କୋର୍ଟ ତାର ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।

Advertisment

ଅଦାଲତ ତା ଗିରଫଦାରୀ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି ଏବଂ ଶେଖଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି କହିଛନ୍ତି। ସନ୍ଦେଶଖାଲି ମାମଲାରେ ଶାହଜାହାନକୁ ପକ୍ଷଭୁକ୍ତ କରିବାକୁ ଇଡି, ସିବିଆଇ ଏବଂ ରାଜ୍ୟ ଗୃହ ସଚିବଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଶାହଜାହାନ ଶେଖ ଦ୍ୱାରା ଦାୟର ପିଟିସନରେ ଗିରଫଦାରୀ ଉପରେ ରୋକ ଲଗାଇବା ପାଇଁ ଦାବି କରାଯାଇଥିଲା, ଯାହାକୁ କଲିକତା ହାଇକୋର୍ଟ ଖାରଜ କରିଦେଇଥିଲେ । ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଏବଂ ଅନ୍ୟ ଦୁଇ ଜଣ ରାଜ୍ୟ ମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ମଧ୍ୟ ହାଇକୋର୍ଟ ବିଚାରପତି କଡ଼ା ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି ଯେ ଶାହଜାହାନ ଶେଖର ଗିରଫଦାରୀ ଉପରେ କୋର୍ଟ କେବେ ବି ରୋକ୍ ଲଗାଇନାହାନ୍ତି। ତାକୁ ଗିରଫ କରାଯାଉ।

ଏହା ପୂର୍ବରୁ ଅଭିଷେକ ବାନାର୍ଜୀ ରବିବାର କହିଥିଲେ ଯେ ଅଦାଲତଙ୍କ ଯୋଗୁଁ ପଳାତକ ନେତା ଶାହାଜାହାନ ଶେଖଙ୍କୁ ଗିରଫ କରିବାରେ ବିଳମ୍ବ ହେଉଛି । ସେ କହିଥିଲେ ଯେ ଶାହଜାହାନକୁ ନ୍ୟାୟପାଳିକା ସୁରକ୍ଷା ଦେଉଛି ।