ବେଗୁସରାଇ: ବିହାରର ବେଗୁସରାଇର ଏକ କୋର୍ଟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶିକା ଏକତା କପୁର ଏବଂ ତାଙ୍କ ମା ଶୋଭା କପୁରଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ତାଙ୍କ ୱେବ୍ ସିରିଜ୍ 'ଏକ୍ସଏକ୍ସଏକ୍ସ' (ସିଜନ୍-୨) ପାଇଁ ଏହି ୱାରେଣ୍ଟ ଜାରି ହୋଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବେଗୁସରାଇ ନିବାସୀ ଶମ୍ଭୁ କୁମାରଙ୍କ ଅଭିଯୋଗ ଆଧାରରେ ବିଚାରପତି ବିକାଶ କୁମାର ଏହି ୱାରେଣ୍ଟ ଜାରି କରିଛନ୍ତି। କୁମାର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ୱେବ୍ ସିରିଜ୍ ରେ ଜଣେ ସୈନିକଙ୍କ ପତ୍ନୀ ସହ ଜଡ଼ିତ ଅନେକ ଆପତ୍ତିଜନକ ଦୃଶ୍ୟ ରହିଛି। ଆବେଦନକାରୀଙ୍କ ଓକିଲ ହୃଷିକେଶ ପାଠକ କହିଛନ୍ତି, ଏକତା କପୁରଙ୍କ ବାଲାଜୀ ଟେଲିଫିଲ୍ସ ଲିମିଟେଡ୍ ମାଲିକାନା ଥିବା ଏକ ଓଟିଟି ପ୍ଲାଟଫର୍ମରେ ଏହି ଧାରାବାହିକ ପ୍ରସାରଣ ହୋଇଛି। କୋର୍ଟ ଏକତା ଏବଂ ତାଙ୍କ ମାଆଙ୍କୁ ସମନ ପଠାଇ ଏହି ମାମଲାରେ ହାଜର ହେବାକୁ କହିଥିଲେ। ଅଭିଯୋଗ ପରେ ସିରିଜର କିଛି ଦୃଶ୍ୟ ହଟାଇ ଦିଆଯାଇଛି ବୋଲି କୋର୍ଟଙ୍କୁ ମିଥ୍ୟା ତଥ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହା ସହିତ କୋର୍ଟରେ ହାଜର ନହେବାରୁ ସେମାନଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି।
ଏକତା କପୁର, ମାଆଙ୍କ ବିରୋଧରେ ଗିରଫ ପରୱାନା
/sambad/media/post_attachments/wp-content/uploads/2022/09/654h65f4h65sfhsfshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)