ଚନ୍ଦ୍ରବାବୁଙ୍କ ବିରୋଧରେ ଗିରଫ ପରଓ୍ଵାନା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଏକ ସ୍ଥାନୀୟ ଅଦାଲତ ଆଜି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁଙ୍କ ବିରୋଧରେ ଗିରଫ ପରଓ୍ଵାନା ଜାରି କରିଛନ୍ତି। କୋର୍ଟ ୨୦୧୦ରେ ମହାରାଷ୍ଟ୍ର ସରକାରଙ୍କ ବିରୋଧରେ କରାଯାଇଥିବା ଏକ ଆନ୍ଦୋଳନ ମାମଲାରେ ନାଇଡ଼ୁଙ୍କ ସମେତ ଆନ୍ଧ୍ର ପ୍ରଦେଶର ଜଳସେଚନ ମନ୍ତ୍ରୀ ଓ ଅନ୍ୟ ୧୪ ଜଣଙ୍କ ବିରୋଧରେ ଗିରଫ ପରଓ୍ଵାନା ଜାରି ହୋଇଛି। ଅନ୍ୟ ପକ୍ଷରେ ଟିଡିପି ଏହି ମାମଲାରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ଥିବା ଅଭିଯୋଗ କରି ଜୋର୍‌୍‌ଦାର ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି। ୨୦୧୦ରେ ବାଭଲି ଜଳ ପ୍ରକଳ୍ପର ନିର୍ମାଣକୁ ବିରୋଧ କରି ଟିଡିପିର ଆନ୍ଦୋଳନ ଯୋଗୁଁ ବଡ଼ ସମସ୍ୟା ଉପୁଜିଥିଲା। ଟିଡିପି ନେତାମାନଙ୍କ ଆହ୍ଵାନକ୍ରମେ ବହୁ ସଂଖ୍ୟାରେ କର୍ମୀମାନେ ଧାରା ୧୪୪ ଉଲ୍ଲଂଘନ କରି ହିଂସା ଭିଆଇଥିଲେ।

ସମ୍ବନ୍ଧିତ ଖବର