ଅମ୍ବାନୀଙ୍କ ଘର ପାଖରେ ବିସ୍ଫୋରକ ଭରା ଗାଡ଼ି  ମାମଲା: ମୁମ୍ବାଇ ପୁଲିସ ଅଧିକାରୀ ସଚିନ ଭାଜେ ନିଲମ୍ବିତ 

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ‘ଆଣ୍ଟିଲିଆ’ ନିକଟରୁ ଉଦ୍ଧାର ହୋଇଥିବା ବିସ୍ଫୋରକ ଭରା ଗାଡ଼ି ଘଟଣାର ତଦନ୍ତରେ ଗିରଫ ହୋଇଥିବା ମୁମ୍ବାଇ ପୁଲିସ ଅଧିକାରୀ ସଚିନ ଭାଜେଙ୍କୁ ସୋମବାର ଦିନ ଚାକିରିରୁ ନିଲମ୍ବନ କରାଯାଇଛି। ଏହି ମାମଲାର ତଦନ୍ତ କରୁଥିବା ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ (ଏନ୍‌ଆଇଏ) ଶନିବାର ରାତି ୧୧.୫୦ରେ ତାଙ୍କୁ ଗିରଫ କରିଥିଲା।

Image Courtesy of India Today

ରବିବାର ଦିନ ସଚିନ ଭାଜେଙ୍କୁ ଦକ୍ଷିଣ ମୁମ୍ବାଇର ଏକ ଅଦାଲତରେ ହାଜର କରାଯାଇଥିଲା। ଏହି ଘଟଣାର ଅଧିକ ତଦନ୍ତ ନିମନ୍ତେ ସଚିନଙ୍କୁ ମାର୍ଚ ୨୫ ପର୍ଯ୍ୟନ୍ତ ହାଜତକୁ ନେବା ଲାଗି ଅଦାଲତ ‘ଏଏନ୍‌ଆଇ’କୁ ଅନୁମତି ଦେଇଛନ୍ତି।

Image Courtesy of Mumbai Mirror

‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି’ଙ୍କ ମୁଖପାତ୍ରଙ୍କ କହିବା ଅନୁଯାୟୀ, ଫେବ୍ରୁଆରି ୨୫ ତାରିଖ ଦିନ କାର୍ମିକେଲ୍‌ ରୋଡ୍‌ ନିକଟରେ ବିସ୍ଫୋରକ ଭରା ଗାଡ଼ି ରଖିବାରେ ଭୂମିକା ଓ ସମ୍ପୃକ୍ତି ନିମନ୍ତେ ସଚିନ ବଜେଙ୍କୁ ଗିରଫ କରାଯାଇଛି।

ଏଥିସହ, ଅମ୍ବାନୀଙ୍କ ଘର ନିକଟରୁ ମିଳିଥିବା ବିସ୍ଫୋରକ ଭରା ‘ସ୍କର୍ପିଓ’ ଗାଡ଼ିର ମାଲିକ ଥାନେର ବ୍ୟବସାୟୀ ମନସୁଖ ହିରନଙ୍କ ମୃତ୍ୟୁ ଘଟଣାରେ ବଜେଙ୍କର ଭୂମିକା ଅଛି ବୋଲି ହେଉଥିବା ଅଭିଯୋଗର ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର