ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ୍ ପାଇଁ ଗିରଫ ସାମ୍ବାଦିକ ପ୍ରଶାନ୍ତ କନୋଜିଆଙ୍କୁ ତୁରନ୍ତ ମୁକ୍ତ କରିବାକୁ ଆଜି ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦେଶ ସମ୍ବିଧାନ ଦ୍ବାରା ଚାଲିଛି। ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ବାଧୀନତା ରହିଛି। ଏହା ନାଗରିକର ମୌଳିକ ଅଧିକାର। ଏଥିରେ ଉଲ୍ଲଂଘନ ହେବା ଅନୁଚିତ୍ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି ଏବଂ ଖୁବ୍ ଶୀଘ୍ର କନୋଜିଆଙ୍କୁ ମୁକ୍ତ କରିବାପାଇଁ ଉତ୍ତରପ୍ରଦେଶ ସରକାର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଏବଂ ଅଜୟ ରସ୍ତୋଗିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ସାମ୍ବାଦିକଙ୍କ ଦ୍ବାରା ସୋସିଆଲ ମିଡିଆରେ ଯୋଗୀଙ୍କ ବିରୋଧରେ ଯେଉଁ ପୋଷ୍ଟ୍ କରାଯାଇଛି ତାହା ଆପତ୍ତିଜନକ ଏବଂ ଏଭଳି କମେଣ୍ଟ୍ ଆଦୌ ଗ୍ରହଣୀୟ ନୁହେଁ। କିନ୍ତୁ ଏଥିପାଇଁ ଜଣଙ୍କୁ ଗିରଫ କରିବା ଏବଂ ଜେଲ୍ରେ ରଖିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି କୋର୍ଟ କହିଛନ୍ତି। ଏହାଦ୍ବାରା ସାମ୍ବାଦିକଙ୍କ ସ୍ବାଧୀନତାର ଉଲ୍ଲଂଘନ ହୋଇଛି। ଉଲ୍ଲେଖଯୋଗ୍ୟ ସାମ୍ବାଦିକ ପ୍ରଶାନ୍ତ କନୋଜିଆଙ୍କ ପତ୍ନୀ ଜାଗିଶା ଆରୋରା ତାଙ୍କ ସ୍ବାମୀଙ୍କ ଗିରଫକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ କରିବାପରେ କୋର୍ଟ ଆଜି ତାଙ୍କ ଆବେଦନର ଶୁଣାଣି କରିଛନ୍ତି। ସାମ୍ବାଦିକଙ୍କ ଗିରଫ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଯୋଗୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ଯୋଗୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ୍ :ଗିରଫ ସାମ୍ବାଦିକଙ୍କୁ ତୁରନ୍ତ ମୁକ୍ତ କର: ସୁପ୍ରିମକୋର୍ଟ
/sambad/media/post_attachments/wp-content/uploads/2019/06/11live-journo_CLARO.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)