ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରକୁ ପ୍ରାପ୍ତ ବିଶେଷ ଅଧିକାର ସଂପର୍କିତ ସମ୍ବିଧାନର ଧାରା ୩୫ଏ ମାମଲାରେ ଆଜି ସୁପ୍ରିମ୍ କୋର୍ଟର ୩ ଜଣିଆ ଖଣ୍ଡପୀଠ ଶୁଣାଣି କରିଛନ୍ତି ଏବଂ ପରବର୍ତ୍ତୀ ଶୁଣାଣି ପ୍ରକ୍ରିୟାକୁ ୩ ମାସ ଘୁଞ୍ଚାଇ ଦେଇଛନ୍ତି। ଆଜି ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ସତ୍ୟପାଠ ଦାଖଲ କରି ନୋଟିସ ସଂପର୍କରେ ଜବାବ ରଖିବା ପାଇଁ ୮ ସପ୍ତାହ ସମୟ ମାଗିଥିଲେ। କୋର୍ଟ ଏହାକୁ ଗ୍ରହଣ କରି ମାମଲାର ଶୁଣାଣିକୁ ୮ ସପ୍ତାହ ଘୁଞ୍ଚାଇ ଦେଇଛନ୍ତି। ଆଟର୍ଣ୍ଣି ଜେନେରାଲ ନୋଟିସର ଜବାବ ଦେବାପାଇଁ ସମୟ ମାଗିବା ସହ କଶ୍ମୀର ସମସ୍ୟା ନେଇ ଆଲୋଚନା ନିମନ୍ତେ ବାର୍ତ୍ତାକାର ନିଯୁକ୍ତି ଦିଆଯାଇଥିବା କହିଥିଲେ। ଏହି ମାମଲା ସହିତ ସଂପୃକ୍ତ ସମସ୍ତ ପକ୍ଷଙ୍କ ସହିତ ଆଲୋଚନା କରି ସରକାର ତାଙ୍କ ପକ୍ଷ ରଖିବେ ବୋଲି ବେଣୁଗୋପାଳ କହିଥିଲେ। ଏହି ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠରେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବ୍ୟତୀତ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୁଡ଼ ଏବଂ ବିଚାରପତି ଅଜୟ ମାଣିକରାଓ ଖାନଓ୍ଵିଲ୍କର ସାମିଲ ଅଛନ୍ତି।
ଧାରା ୩୫ଏ ନେଇ ଶୁଣାଣି ୩ ମାସ ଘୁଞ୍ଚିଲା
/sambad/media/post_attachments/wp-content/uploads/2017/10/hadiya-love-jihad-case-consent-of-girl-is-important-says-sc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)