ଜମ୍ମୁ ଓ କଶ୍ମୀରରେ ଧାରା ୩୫(ଏ)ର ବୈଧ୍ୟତା ଉପରେ ରାୟ ଶୁଣାଣିକୁ ଆସନ୍ତା ଜାନୁଆରି ଯାଏଁ ସ୍ଥଗିତ ରଖିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଧାରା ୩୫ (ଏ)ର ବୈଧ୍ୟତାକୁ ଚାଲେଞ୍ଜ୍‌ କରି ଆଗତ ପିଟିସନ୍‌ର ରାୟ ଶୁଣାଣିକୁ ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ ଆସନ୍ତାବର୍ଷ ଜାନୁଆରି ମାସ ଯାଏଁ ସ୍ଥଗିତ ରଖିଛନ୍ତି।

ରାଜ୍ୟରେ ଆସନ୍ତା ଜାନୁଆରି ମାସ ଯାଏଁ ପଞ୍ଚାୟତ ନିର୍ବାଚନ ଚାଲିବାକୁ ନିର୍ଦ୍ଧାରିତ ହୋଇଥିବା କାରଣରୁ ଏକତ୍ର ଜମ୍ମୁ ଓ କଶ୍ମୀର ସରକାର ଏବଂ କେନ୍ଦ୍ର ସରକାର ଶୁକ୍ରବାର ଦିନ ଶୁଣାଣି ପାଇଁ ସୁପ୍ରିମ୍‌ କୋର୍ଟ ଧାର୍ଯ୍ୟ କରିଥିବା ରାୟକୁ ଜାନୁଆରି/ଫେବ୍ରୁଆରି ମାସ ଯାଏଁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ।

ଜମ୍ମୁ ଓ କଶ୍ମୀର ସରକାରଙ୍କ ତରଫରୁ ଆଡିସ୍‌ନାଲ୍‌ ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟା ହାଜର ହୋଇ କହିଲେ ଯେ ଉପତ୍ୟକାରେ ୪୫୦୦ ସରପଞ୍ଚ ପଦବୀ ଏବଂ ୧୧୪୫ଟି ଓ୍ଵାର୍ଡ ନିମନ୍ତେ ଧାର୍ଯ୍ୟ କରାଯାଇଥିବା ନିର୍ବାଚନକୁ ଧାରା ୩୫ଏ ଉପରେ ଯେ କୌଣସି ପ୍ରକାର ଆଲୋଚନା ପ୍ରଭାବିତ କରିପାରେ। ଯଦି ନିର୍ବାଚନ କରା ନ ଯାଏ ତେବେ ୪, ୩୩୫ କୋଟି ଟଙ୍କାର ଆର୍ଥିକ ମଞ୍ଜୁରି ମଧ୍ୟ ମିଳିବ ନାହିଁ।

କେନ୍ଦ୍ର ସରକାରଙ୍କ ତରଫରୁ ଆଟର୍ଣ୍ଣି ଜେନେରାଲ୍‌ କେ କେ ବେଣୁଗୋପାଳ ଖଣ୍ଡପୀଠକୁ କହିଲେ ଯେ ବହୁ ସଂଖ୍ୟକ ପରାମିଳିଟାରି ଫୋର୍ସ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟରେ ଘୂରି ବୁଲୁଥିବାରୁ ଏହି ସମୟ ମଧ୍ୟରେ କୌଣସି ସ୍ପର୍ଶ କାତର ମାମଲା ଉଠିଲେ ତାହା ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ବାଟ କଢ଼ାଇ ନେଇପାରେ।

ନିର୍ବାଚନ ସରିଯାଉ ତା’ପରେ ଆମେ ଜାନୁଆରି/ଫେବ୍ରୁଆରି ମାସରେ ଏହା ଉପରେ ରାୟ ଶୁଣାଇବା।

ସମ୍ବନ୍ଧିତ ଖବର