ଶ୍ରୀନଗର ସଚିବାଳୟରେ ଉଡ଼ିଲା ତ୍ରିରଙ୍ଗା, ଇତିହାସ ବନିଲା ଜମ୍ମୁ-କଶ୍ମୀରର ପତାକା

ଶ୍ରୀନଗର : ଧାରା ୩୭୦ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀର ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ହରାଇଥିଲା । ସ୍ୱତନ୍ତ୍ର ରାଜ୍ୟରୁ ଜମ୍ମୁ-କଶ୍ମୀର ଓ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ କରି ଦିଆଯାଇଥିଲା । ତେବେ କେନ୍ଦ୍ରଶାସିତ ଅଞ୍ଚଳ ଘୋଷିତ ହେବା ପରେ ଆଜି ଶ୍ରୀନଗର ସଚିବାଳୟରେ ରାଜ୍ୟ ପତାକା ହଟାଇ ଦିଆଯାଇ ଭାରତର ଜାତୀୟ ପତାକା ଲଗା ଯାଇଛି । ସ୍ୱତନ୍ତ୍ର ରାଜ୍ୟ ଥିବା ସମୟରେ ଶ୍ରୀନଗର ସଚିବାଳୟରେ ଭାରତର ଜାତୀୟ ପତାକା ସହ ଜମ୍ମୁ-କଶ୍ମୀର ରାଜ୍ୟ ପତାକା ଲଗାଯାଉଥିଲା । କିନ୍ତୁ ଏବେ କେବଳ ଭାରତର ଜାତୀୟ ପତାକା ଶ୍ରୀନଗର ସଚିବାଳୟରେ ଉଡ଼ିବ ।

श्रीनगर सचिवालय पर लहराया तिरंगा

ସୂଚନା ମୁତାବକ, ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଜମ୍ମୁ-କଶ୍ମୀର ନିଜର ଭିନ୍ନ ପତାକା ଉଡ଼ାଉଥିଲା । କିନ୍ତୁ ଏବେ ଧାରା ୩୭୦ ଉଚ୍ଛେଦ ପରେ ଅନ୍ୟ ରାଜ୍ୟର ସଚିବାଳୟ ପରି ଶ୍ରୀନଗରରେ ମଧ୍ୟ ଭାରତର ଜାତୀୟ ପତାକା ଉଡ଼ିବ । ଜମ୍ମୁ-କଶ୍ମୀରରୁ ଲଦାଖ ଅଲଗା ହୋଇ ଯାଇଥିବା ବେଳେ ଦୁଇଟିକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । କିନ୍ତୁ ଜମ୍ମୁ-କଶ୍ମୀରରେ ବିଧାନସଭା ରହୁଥିବା ବେଳେ ଲଦାଖରେ ବିଧାନସଭା ରହିବ ନାହିଁ ।

ସମ୍ବନ୍ଧିତ ଖବର