ନଜରବନ୍ଦୀ ନୁହେଁ ଅତିଥି ଭାବରେ ରହୁଛନ୍ତି ଏହି କଶ୍ମୀର ନେତା, ମିଳୁଛି ଏହି ସବୁ ସୁବିଧା

ନୂଆଦିଲ୍ଲୀ : ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ କଶ୍ମୀର ଅନେକ ବଡ଼ ବଡ଼ ନେତା । ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ବିରୋଧ କରୁଥିବା ନେତାଙ୍କୁ ଗିରଫ କରାଯାଇ ନଜରବନ୍ଦୀ ରଖାଯାଇଥିଲା । ତେବେ ସେମାନଙ୍କୁ ନଜରବନ୍ଦୀ ରଖାଯାଇଥିଲେ ମଧ୍ୟ ସେମାନଙ୍କୁ ଯେଉଁ ସବୁ ସୁବିଧା ମିଳୁଛି, ତାହା ଏବେ ସାମ୍ନାକୁ ଆସିଛି । ସରକାର ସେମାନଙ୍କୁ ହାଉସ୍‌ ଆରେଷ୍ଟ ନୁହେଁ ବରଂ ହାଉସ୍‌ ଗେଷ୍ଟ କରି ରଖୁଥିବା ଜଣା ପଡ଼ିଛି ।

ସେମାନଙ୍କୁ ଭିଆଇପି ବଙ୍ଗଳାରେ ରଖାଯାଇଥିବା ବେଳେ ଅନେକ ସୁବିଧା ଦିଅଯାଉଛି । ସରକାରଙ୍କ ପକ୍ଷରୁ ସେମାନଙ୍କୁ ହଲିଉଡ୍‌ ଫିଲ୍ମ ଦେଖିବାର ସୁବିଧା ଦିଆଯାଇଛି । ଏହି ସୂଚନା ଖୋଦ୍‌ କେନ୍ଦ୍ରମନ୍ତ୍ରୀ ତଥା ଜମ୍ମୁ-କଶ୍ମୀରର ନେତା ଡ଼କ୍ଟର ଜିତେନ୍ଦ୍ର ସିଂହ ଦେଇଛନ୍ତି । ନଜରବନ୍ଦ କରି ରଖାଯାଇଥିବା ନେତାମାନଙ୍କୁ ୧୮ମାସରୁ ଅଧିକ ରଖାଯିବ ନାହିଁ ବୋଲି ଜିତେନ୍ଦ୍ର ସିଂହ କହିଛନ୍ତି ।

वीआईपी मेहमानों की तरह रह रहे हैं कश्मीरी नेता ?
oneindia.com

ତାଙ୍କ କହିବା ଅନୁଯାୟୀ, ନ୍ୟାସ୍‌ନାଲ କନ୍‌ଫରେନ୍ସ ନେତା ଓମାର ଅବ୍‌ଦୁଲ୍ଲା ଓ ପିଡିପି ମୁଖ୍ୟ ମେହବୁବା ମୁଫ୍‌ତିଙ୍କୁ ବନ୍ଦୀ ଭାବରେ ନୁହେଁ ବରଂ ଅତିଥି ଭାବରେ ରଖାଯାଇଛି । ସେମାନଙ୍କୁ ଭିଆଇପି ବଙ୍ଗଳା ଦିଆଯିବା ସହ ଆମେ ତାଙ୍କର ମନୋରଞ୍ଜନ ପାଇଁ ହଲିଉଡ୍‌ ଫିଲ୍ମର ସିଡି ମଧ୍ୟ ଦେଇଛୁ । ବ୍ୟାୟାମ ପାଇଁ ଜିମ୍‌ର ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି ବୋଲି କହିଛନ୍ତି ଜିତେନ୍ଦ୍ର ସିଂହ ।

ସମ୍ବନ୍ଧିତ ଖବର