ନୂଆଦିଲ୍ଲୀ: ରାଜ୍ୟସଭାରେ ଧାରା ୩୭୦ ଉଚ୍ଛେଦ ପ୍ରସ୍ତାବ ଆଗତ ହେବା ପରେ ଟ୍ଵିଟର୍ରେ ଦେଖିବାକୁ ମିଳିଛି ଏକ ଏଡିଟ୍ ହୋଇଥିବା ନକଲି ଫଟୋ। ଫଟୋସପ୍ ମାଧ୍ୟମରେ ଏଡିଟ୍ କରାଯାଇ ଏକ ଫଟୋକୁ ସୋସିଆଲ୍ ମିଡିଆରେ ଛଡ଼ାଯାଇଛି। ଫଟୋଟିରେ ମେସେଜ୍ ଶୈଳୀରେ ଲେଖାଯାଇଛି ‘ଜିଏସ୍ଟି ସହ କଶ୍ମୀରର ଲାଲ ଚୌକ ରୋଡ୍ରେ ୧୧.୨୫ ଲକ୍ଷ ଟଙ୍କା ଅଗ୍ରୀମ ଦେଇ ଆପଣଙ୍କ ଜମି ନିଶ୍ଚିତ କରନ୍ତୁ। କଶ୍ମୀରରୁ ୩୭୦ ଉଚ୍ଛେଦ ହୋଇଗଲା। ସୀମିତ ଜମି ଉପଲବ୍ଧ। ଅଧିକ ତଥ୍ୟ ପାଇଁ ୯୦୧୯୨୯୨୯୧୮ରେ ଯୋଗାଯୋଗ କରନ୍ତୁ।’ ମେସେଜ୍ଟି ଆଜି ସକାଳ ୯.୫୦ ସମୟରେ ଆସିଛି ବୋଲି ସେଥିରେ ଦେଖିବାକୁ ମିଳିଛି।
So this has started. You are a disgrace India. pic.twitter.com/Ow4cbWoxyi
— Aparna (@chhuti_is) August 5, 2019
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହା ପୂର୍ବାହ୍ନ ୧୧.୩୦ରେ ଏହି ପ୍ରସ୍ତାବ ସଂପର୍କରେ ଘୋଷଣା କରିଥିଲେ। ମେସେଜ୍ଟି ୯.୫୦ ସମୟରେ ଆସିଥିବା ହେତୁ ଏହା କେବଳ ଫଟୋସପ୍ର ଖରାପ ପ୍ରଭାବ ବୋଲି ସ୍ପଷ୍ଟ ହୋଇଛି।