ଧାରା ୩୭୦ ଉଚ୍ଛେଦ ଏକ ରାଜନୈତିକ ପଦକ୍ଷେପ: ସିହ୍ନା

ନୂଆଦିଲ୍ଲୀ: ପୂର୍ବତନ ବିଜେପି ନେତା ତଥା ମୋଦୀ ସରକାରଙ୍କର ଜଣେ ଦୃଢ଼ ସମାଲୋଚକ ଯଶୋବନ୍ତ ସିହ୍ନା ଆଜି କହିଛନ୍ତି, ଧାରା ୩୭୦ ଉଚ୍ଛେଦ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ଏକ ରାଜ‌ନୈତିକ ପଦକ୍ଷେପ। ରାଜୀବ ଗାନ୍ଧୀ ୧୯୮୪ ମସିହାରେ ତାଙ୍କ ମା’ଙ୍କ ମୃତ୍ୟୁପରେ ‌ଯେଭଳି ନିର୍ବା‌ଚନୀ ବିଜୟ ହାସଲ କରିଥିଲେ ବିଜେପି ଏହି ପଦକ୍ଷେପ ନେଇ ରାଜୀବ ଗାନ୍ଧୀଙ୍କ ରେକର୍ଡକୁ ଭାଙ୍ଗିଦେଇପାରିବ ବୋଲି ସିହ୍ନା କହିଛନ୍ତି। ତେବେ ଏହି ଅଭିଯାନ ପୁଣିଥରେ ଜମ୍ମୁ କଶ୍ମୀର ଲୋକମାନଙ୍କୁ ଅଲଗା କରିଦେବ ବୋଲି ସେ ଚେତାବନୀ ଦେଇଛନ୍ତି। ଭାରତ ସରକାର ଧାରା ୩୭୦ ଏବଂ ୩୫ ଏ ନେଇ ଯାହା ବି କରିଛନ୍ତି ସେସବୁ କେବଳ ରାଜନୀତି ଛଡ଼ା ଅନ୍ୟ କିଛି ନୁହେଁ ବୋଲି ‌ସିହ୍ନା କହିଛନ୍ତି। ଆଗକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ବିଜେପି ଏଭଳି ପଦ‌‌କ୍ଷେପ ନେଇ ପୁଣିଥରେ ବିପୁଳ ଭୋଟ୍‌ରେ ବିଜୟ ହାସଲ କରିବ ବୋଲି ଏହି ପୂର୍ବତନ ଅର୍ଥମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର