ହଟିଲା ୩୭୦, ସମର୍ଥନ ଦେଲା ବିେଜଡି

ଜମ୍ମୁ-କଶ୍ମୀରକୁ ଆଉ ମିଳିବନି ସ୍ବତନ୍ତ୍ର ମାନ୍ୟତା

ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନର ଧାରା ୩୭୦ ଓ ୩୫(ଏ) ଅନୁଯାୟୀ ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ସୁବିଧା ପ୍ରତ୍ୟାହାର, ଜମ୍ମୁ-କଶ୍ମୀର ଓ ଲାଦାଖକୁ ଦୁଇଟି େକନ୍ଦ୍ର ଶାସିତ ଅଞ୍ଚଳ ଭାବେ ମାନ୍ୟତା ପ୍ରସଙ୍ଗରେ େକନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଗତ କରିଥିବା ପ୍ରସ୍ତାବକୁ ବିେଜଡି ସମର୍ଥନ କରିଛି। ରାଜ୍ୟସଭାରେ ଆଜି ପ୍ରବଳ ହଟ୍ଟଗୋଳ ମଧ୍ୟରେ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍ ଉପରେ ଆଲୋଚନା ହୋଇଥିଲା। ଆଲୋଚନାରେ ଭାଗନେଇ ବିେଜଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଆଗରୁ ଜମ୍ମୁ- କଶ୍ମୀରକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି କୁହାଯାଉଥିଲା। ସ୍ବରାଷ୍ଟ୍ରମନ୍ତ୍ରୀ ରାଜ୍ୟସଭାରେ ଆଗତ କରିଥିବା ଏହି ପ୍ରସ୍ତାବ ପରେ ହିଁ ଜମ୍ମୁ-କଶ୍ମୀର ପ୍ରକୃତ ଅର୍ଥରେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ପରିଣତ େହଲା। ପୂର୍ବରୁ ସେଠାରେ ଭାରତର ସମ୍ବିଧାନ ଲାଗୁ ହେଉନଥିଲା। ଭାରତର ନାଗରିକମାନେ ସେଠାରେ ଜମି କିଣି ପାରୁନଥିଲେ। ଆଜି ପ୍ରକୃତ ଅର୍ଥରେ ଜମ୍ମୁ ଓ କଶ୍ମୀର ଭାରତର ଅଂଶ ହୋଇଛି। ଏବେ ସାରା ଦେଶ ସମାନ ହୋଇଗଲା।

ଧାରା ୩୫(ଏ) ମଧ୍ୟ ଉଚ୍ଛେଦ ହେଲା
ଏବେ କେବଳ ଭାରତୀୟ ସମ୍ବିଧାନ ଓ ତ୍ରିରଙ୍ଗା
ଦୁଇ ଭାଗ ହେଲା ଜମ୍ମୁ-କଶ୍ମୀର
ଜମ୍ମୁ-କଶ୍ମୀର ଏବେ କେନ୍ଦ୍ର ଶାସିତ ଅଞ୍ଚଳ
ରାଜ୍ୟସଭାରେ ମିଳିଲା ଅଭୂତପୂର୍ବ ସମର୍ଥନ

େଯଉଁଦିନ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଭାରତରେ ମିଶିବ ସେଦିନ ବେଶି ଖୁସି ଲାଗିବ େବାଲି େକନ୍ଦ୍ର ସରକାରଙ୍କୁ ଆହ୍ବାନ େଦଇ ଶ୍ରୀ ଆଚାର୍ଯ୍ୟ କରିଥିଲେ, ଏହାକୁ ଭାରତର ୧୨୦ କୋଟି ଜନତା ଅପେକ୍ଷା କରିଛନ୍ତି। ବିଜୁ ଜନତା ଦଳ ଏକ ଆଞ୍ଚଳିକ ଦଳ ହୋଇଥିଲେ େହଁ େଦଶ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ଯେଉଁଭଳି ଭାବେ ଦୁଇ ସାଂସଦ (ପିଡିପି) ଭାରତର ସମ୍ବିଧାନକୁ ଅପମାନ କରିବା ପାଇଁ ଗୃହରେ ଚେଷ୍ଟା କଲେ, ତାକୁ ଶ୍ରୀ ଆଚାର୍ଯ୍ୟ ଦୃଢ ଭାେବ ନିନ୍ଦା କରିଥିଲେ। ଏହା ଭାରତ ପାଇଁ ତଥା ସଂସଦ ପାଇଁ ଗୋଟିଏ କଳା ଦିବସ ବୋଲି ପ୍ରସନ୍ନ କହିଥିଲେ। ସେ କହିଥିଲେ ଯେଉଁ ସମ୍ବିଧାନ ପାଇଁ ଦେଶର ଲକ୍ଷ ଲକ୍ଷ ଲୋକ ବଳିଦାନ ଦେଇଥିଲେ ସେହି ସମ୍ବିଧାନକୁ ଗୃହରେ ଅପମାନ କରାଯାଇଛି। ଶ୍ରୀ ଆଚାର୍ଯ୍ୟଙ୍କ ଭାଷଣକୁ ଗୃହରେ ଉପସ୍ଥିତ ଥିବା ଗୃହମନ୍ତ୍ରୀ ଅମିତ ଶାହ ତଥା ବିଜେପିର ସାଂସଦମାନେ ଟେବୁଲ ବାଡେଇ ପ୍ରଶଂସା କରିଥିଲେ। ବିେଜଡି ସାଂସଦ ସସ୍ମିତ ପାତ୍ର ଆଲୋଚନାରେ ଅଂଶଗ୍ରହଣ କରି କହିଥଲେ, କାଶ୍ମୀର ଆମର ଥିଲା, ଆମର ଅଛି ଓ ଆମର ରହିବ। େସ ଏହି ଅବସରରେ େକନ୍ଦ୍ର ସରକାରଙ୍କୁ ଅନୁେରାଧ କରି କହିଥିଲେ, କଶ୍ମୀର ପଣ୍ଡିତଙ୍କୁ ସେମାନଙ୍କ ଜନ୍ମଭୂମିକୁ େଫରାଇ େନବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ।

ସମ୍ବନ୍ଧିତ ଖବର