ପଞ୍ଜାବରେ ଅତୁଟ ରହିଛି ‘ମୋଦି କ୍ରେଜ୍‌’; ଶପଥ ଗ୍ରହଣ ଅବସରରେ ଉପହାର ଦେବାକୁ ଅମୃତସର ଚିତ୍ରଶିଳ୍ପୀ ଆଙ୍କିଲେ ମୋଦିଙ୍କ ବିଶାଳ ପେଣ୍ଟିଂ

ଅମୃତସର (ପଞ୍ଜାବ): ସଦ୍ୟସମାପ୍ତ ଲୋକସଭା ନିର୍ବାଚନରେ ବିଜେପି ଓ ଏହାର ନେତୃତ୍ୱାଧୀନ ଏନ୍‌ଡିଏ ବିପୁଳ ବିଜୟ ହାସଲ କରିବା ପରେ ଏନ୍‌ଡିଏର ସର୍ବମାନ୍ୟ ନେତା ରୂପେ ନିର୍ବାଚିତ ହୋଇ ନରେନ୍ଦ୍ର ମୋଦି ଦ୍ୱିତୀୟ ପାଳି ପାଇଁ ଆସନ୍ତା ୩୦ ତାରିଖରେ ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।

ଚଳିତ ନିର୍ବାଚନରେ ବିଜେପିକୁ ତମାମ୍‌ ଦେଶରେ ବିପୁଳ ସମର୍ଥନ ଓ ସଫଳତା ମିଳିଥିଲେ ମଧ୍ୟ ପଞ୍ଜାବରେ ଏତେଟା ସଫଳତା ମିଳିପାରି ନାହିଁ। ପଞ୍ଜାବରେ ବିଜେପି ତୁଳନାରେ କଂଗ୍ରେସ ଅଧିକ ଆସନରେ ବିଜୟ ଲାଭ କରିବାରେ ସମର୍ଥ ହୋଇଛି। ଏହା ସତ୍ତ୍ୱେ ବି ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଅତୁଟ ରହିଥିବା ଦେଖିବାକୁ ମିଳିଛି।

ପଞ୍ଜାବ ଅମୃତସରର ଜଣେ ଚିତ୍ରଶିଳ୍ପୀ ଜଗଜୋତ୍‌ ସିଂହ ରୁବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପୁଳ ବିଜୟରେ ଉତ୍ସାହିତ ହୋଇ ତାଙ୍କର ଏକ ବୃହତ ସଦୃଶ୍ୟ ଅଏଲ ପେଣ୍ଟିଂ ଆଙ୍କିଛନ୍ତି। ଏବଂ ଆସନ୍ତା ୩୦ ତାରିଖ ଦିନ ଦେଶର ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ଗ୍ରହଣ କରିବା ପରେ ପରେ ସେ ତାଙ୍କୁ ଏହି ପେଣ୍ଟଂଟିକୁ ଉପହାର ସ୍ୱରୂପ ପ୍ରଦାନ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏ ସଂପର୍କରେ ଚିତ୍ରଶିଳ୍ପୀ ଜଗଜୋତ୍‌ ସିଂହ ରୁବାଲ କହିଛନ୍ତି ଯେ ମୁଁ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଉଛି। ଏବଂ ତାଙ୍କର ଶପଥ ଗ୍ରହଣ ପରେ ଦୀର୍ଘ ୪ ଦିନ ଲାଗି ଆଙ୍କିଥିବା ଏହି ପେଣ୍ଟିଂଟିକୁ ତାଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିବାକୁ ଚାହୁଁଛି।

ସମ୍ବନ୍ଧିତ ଖବର