ଲୋକସଭା ବାଚସ୍ପତିଙ୍କୁ ଭେଟିଲେ ଆରୁଖ

ଭୁବନେଶ୍ବର : ଓଡ଼ିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୁରୁବାର ଦିନ ଲୋକସଭା ସଚିବାଳୟରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ବିକାଶଧାରା ନେଇ ଶ୍ରୀ ବିର୍ଲା ଓ ଶ୍ରୀ ଆରୁଖଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ଶ୍ରୀ ଆରୁଖ ଜଣାଇଥିଲେ ଯେ ଓଡ଼ିଶା ବିଧାନସଭାର ଅଧିକାରୀ ଓ କର୍ମଚାରୀଙ୍କୁ ବୈଷୟିକ ଜ୍ଞାନକୌଶଳରେ ଅଧିକ ପ୍ରଶିକ୍ଷିତ କରି ଆଗାମୀ ଦିନରେ ଓଡ଼ିଶା ବିଧାନସଭାକୁ ଦେଶର ଏକ ଆଦର୍ଶ ବିଧାନସଭାରେ ପରିଣତ କରିବା କାର୍ଯ୍ୟ ଜାରି ରହିଛି। ଶ୍ରୀ ବିର୍ଲା ଓଡ଼ିଶା ବିଧାନସଭାର ବିଭିନ୍ନ କାର୍ଯ୍ୟ ଓ ପରିଚାଳନା ବାବଦରେ ପଚାରି ବୁଝିଥିଲେ। ନିକଟରେ ଶେଷ ହୋଇଥିବା ବଜେଟ୍‌ ଅଧିବେଶନର ଶାନ୍ତିପୂର୍ଣ୍ଣ ପରିଚାଳନା ନେଇ ଶ୍ରୀ ବିର୍ଲା ଖୁସିବ୍ୟକ୍ତ କରିବା ସହ ଆଗାମୀ ଦିନରେ ଏପରି କାର୍ଯ୍ୟଧାରା ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ବାଚସ୍ପତି ଶ୍ରୀ ଆରୁଖ ଉପଢ଼ୌକନ ଓ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ପ୍ରଦାନପୂର୍ବକ ଶ୍ରୀ ବିର୍ଲାଙ୍କୁ ସମ୍ବର୍ଧିତ କରିଥିଲେ।

ସମ୍ବନ୍ଧିତ ଖବର