ଜେଟ୍‌ଲି ଏବେ ବି ଗୁରୁତର

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ସ୍ବାସ୍ଥ୍ୟାବସ୍ଥା‌ ଏବେ ବି ଗୁରୁତର ଅଛି। ଦିଲ୍ଲୀ ଏମ୍ସର ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଜେଟ୍‌ଲିଙ୍କର ଚିକିତ୍ସା କରୁଥିଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିନାହିଁ। ଜେଟ୍‌ଲିଙ୍କୁ ଜୀବନ ରକ୍ଷାକାରୀ ବ୍ୟବସ୍ଥାରେ ରଖାଯାଇଛି। ଆଜି ବରିଷ୍ଠ ବିଜେପି ନେତା ଏଲ୍‌ କେ ଆଡଭାନୀ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ ଏବଂ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଏମ୍ସ ଯାଇ ଜେଟ୍‌ଲିଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନକ୍‌ଭି ଏବଂ ଥାୱରଚ‌ାନ୍ଦ ଗେହଲଟ୍‌ ମଧ୍ୟ ଏମ୍ସ ଯାଇ ଜେଟ୍‌ଲିଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ବୁଝିଛନ୍ତି।

ସମ୍ବନ୍ଧିତ ଖବର