ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଏମ୍ସରେ ଭର୍ତ୍ତି, ପହଞ୍ଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ : ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଭର୍ତ୍ତି ହୋଇଛନ୍ତି । ଏଣ୍ଡୋକ୍ରିନୋଲୋଜିଷ୍ଟ, ନେଫ୍ରୋଲୋଜିଷ୍ଟ ଓ କାର୍ଡିଓଲୋଜିଷ୍ଟ ମାନଙ୍କୁ ନେଇ ଗଠିତ  ଏମ୍ସର ଏକ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଏମ୍ସରେ ପହଞ୍ଚି ତାଙ୍କର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ।

ଜେଟଲୀ ଗତ ୨ ବର୍ଷ ଧରି ପ୍ରାୟତଃ ଅସୁସ୍ଥ ରହୁଛନ୍ତି । ଏହି କାରଣରୁ ସେ ଏନଡିଏ-୨ ସରକାରରେ କୌଣସି ମନ୍ତ୍ରୀପଦ ଗ୍ରହଣ କରିନାହାନ୍ତି । ଗତ ବର୍ଷ ଜେଟଲୀଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ଏହି ଅପରେସନ ପରେ ସେ ମୁଖ୍ୟତଃ ଘରେ ରହୁଥିଲେ । ଗତ ଫେବ୍ରୁଆରୀ ମାସରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ । ତାଙ୍କ ଅନୁପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ କାମଚଳା ବଜେଟ ଉପସ୍ଥାପନ କରିଥିଲେ । ତିନିଦିନ ତଳେ ପୂର୍ବତନ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପରଲୋକ ହୋଇଥିଲା ।

 

ସମ୍ବନ୍ଧିତ ଖବର