ଜେଟ୍‌ଲିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପି ନେତା ଅରୁଣ ଜେଟ୍‌ଲିଙ୍କ ସ୍ବାସ୍ଥ୍ୟରେ ହଠାତ୍‌ ଅବନତି ଘଟିବାରୁ ଗତକାଲିଠାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ରଖି ଚିକିତ୍ସା କରାଯାଉଛି। ଜେଟ୍‌ଲିଙ୍କୁ ଆଜି ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡ଼ୁ ଭେଟିଥିଲେ। ଜେଟ୍‌ଲିଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ଏବଂ ସ୍ଥିତିରେ କିଛି ଉନ୍ନତି ହୋଇଛି ବୋଲି ଡାକ୍ତରମାନେ କହିଛନ୍ତି। ଶ୍ବାସକ୍ରିୟାରେ ସମସ୍ୟା ଦେଖାଦେବା ପରେ ଜେଟ୍‌ଲିଙ୍କୁ ଗତକାଲି ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗତକାଲି ଜେଟ୍‌ଲିଙ୍କୁ ଦେଖିବା ପାଇଁ ହସ୍ପିଟାଲ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପହଞ୍ଚିଥିଲେ। ଜେଟ୍‌ଲି କର୍କଟ ଓ କିଡ୍‌ନି ଜନିତ ରୋଗରେ ପୀଡ଼ିତ ଅଛନ୍ତି। ୬୬ ବର୍ଷୀୟ ଜେଟ୍‌ଲିଙ୍କ ଚିକିତ୍ସା ଲାଗି ଏମ୍‌ସ କର୍ତ୍ତୃପକ୍ଷ ଏକ୍‌ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଗଠନ କରିଛନ୍ତି।

ସମ୍ବନ୍ଧିତ ଖବର