ଏ ବର୍ଷ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବଜେଟ ଉପସ୍ଥାପନ କରିବା ସମ୍ଭାବନା କମ, କାରଣ ଜାଣନ୍ତୁ 

ନୂଆଦିଲ୍ଲୀ : ଆସନ୍ତା ଫେବ୍ରୁଆରୀ ୧ରେ କେନ୍ଦ୍ରରେ ଶାସନାଧୀନ ମୋଦି ସରକାର ନିଜର ୫ମ ତଥା ଶେଷ ବଜେଟ ଉପସ୍ଥାପନ କରିବେ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହା ଏକ କାମଚଳା ବଜେଟ ହେବ । ତେବେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏହି ବଜେଟ ଉପସ୍ଥାପନ କରିବା ନେଇ ଆଶଙ୍କା ଦେଖାଦେଇଛି । କାରଣ କର୍କଟ ରୋଗ କାରଣରୁ ତାଙ୍କୁ ଚିକିତ୍ସା ପାଇଁ ଆମେରିକା ଯିବାକୁ ପଡିଛି । ସେ ପ୍ରାୟ ୨ ସପ୍ତାହ ସେଠାରେ ରହିବେ ।

ମିଳିଥିବା ସୂଚନା ଅନୁସାରେ ତାଙ୍କ ସଫ୍ଟ ଟିସ୍ୟୁ କ୍ୟାନସର ଚିହ୍ନଟ ହୋଇଛି । ସେ ଦୁଇ ସପ୍ତାହ ପାଇଁ ଛୁଟି ନେଇଥିଲେ ମଧ୍ୟ ବିଶେଷଜ୍ଞଙ୍କ ମତରେ ଏତେ ଶୀଘ୍ର ତାଙ୍କର ଅପରେସନ କରିବା ସମ୍ଭବ ହେବ ନାହିଁ । କାରଣ ଗତ ବର୍ଷ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିବାରୁ ତାଙ୍କ ଅପରେସନଟି ବେଶ ଜଟିଳ ହେବ । କେମୋଥେରାପୀ ହେଲେ ତାହା କିଡନୀକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଏସବୁକୁ ଦୃଷ୍ଟିରେ ରଖି ଡାକ୍ତରମାନେ ଅପରେସନ ପୂର୍ବରୁ ଅନେକ ସତର୍କତା ଅବଲମ୍ବନ କରିପାରନ୍ତି । ଏସବୁକୁ ଦେଖିଲେ ଜଣାପଡେ ଯେ ସେ ଆସନ୍ତା ଫେବ୍ରୁଆରୀ ୧ ପୂର୍ବରୁ ଭାରତ ଫେରିବା ସମ୍ଭାବନା କମ ।

ସମ୍ବନ୍ଧିତ ଖବର