ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ କୌଣସି ମନ୍ତ୍ରାଳୟ ଦାୟିତ୍ୱ ନେବେ ନାହିଁ ବୋଲି ଅରୁଣ ଜେଟ୍ଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଛନ୍ତି।
ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଏ ଭଳି ନିଷ୍ପତ୍ତି ଗ୍ରହଣ କରିଥିବା କଥା ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଜେଟ୍ଲୀ ଜଣାଇଛନ୍ତି। ଦାୟିତ୍ୱମୁକ୍ତ ରହିଲେ ଚିକିତ୍ସା ଓ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ହେବ ବୋଲି ସେ କହିଛନ୍ତି।
ଗତବର୍ଷ ବୃକ୍କ ପ୍ରତିରୋପଣ କରାଇଥିବା ଜେଟ୍ଲୀ ଗତ ଦୁଇ ବର୍ଷର ବହୁଳାଂଶ ଅସୁସ୍ଥ ଥିଲେ ବୋଲି ଟୁଇଟ୍ କରି ଜଣାଇଛନ୍ତି।
ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ପତ୍ରର ଫଟୋ ପୋଷ୍ଟ୍ କରି ଜେଟ୍ଲୀ କହିଛନ୍ତି: ଆଜି ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିର କପି ରିଲିଜ୍ କରୁଛି।
ଚିଠିରେ ସେ ଲେଖିଛନ୍ତି ମୋଦୀଙ୍କ ନେତୃତ୍ୱାଧୀନ ନେସ୍ନାଲ୍ ଡେମୋକ୍ରେଟିକ୍ ଆଲିଆନ୍ସ୍ ସରକାରର ଅଂଶବିଶେଷ ହୋଇ ମୁଁ ସମ୍ମାନିତ ଏବଂ ଶିକ୍ଷଣୀୟ ଅନୁଭୂତି ପ୍ରାପ୍ତ ହୋଇଛି।
ସେ କହିଛନ୍ତି, ଗତ ଅଢ଼େଇ ବର୍ଷ ହେବ ତାଙ୍କର ସାଙ୍ଘାତିକ ସ୍ୱାସ୍ଥ୍ୟ ସମସ୍ୟା ଥିଲା। ଡାକ୍ତରମାନେ ମତେ ସେଗୁଡ଼ିକରୁ ଅଧିକାଂଶ ପାରି ହେବାରେ ସହାୟତା କରିଛନ୍ତି।