ବୃକ୍କ ପ୍ରତିରୋପିତ ହେବାର ୩ ମାସ ପରେ ଅର୍ଥ ମନ୍ତ୍ରାଳୟ ଭାର ଗ୍ରହଣ କଲେ ଅରୁଣ ଜେଟ୍‌ଲୀ

ନୂଆଦିଲ୍ଲୀ: ବୃକ୍କ ପ୍ରତିରୋପଣ ଅସ୍ତ୍ରୋପଚାରର ତିନି ମାସ ପରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀ ଅର୍ଥ ମନ୍ତ୍ରାଳୟ ଦାୟିତ୍ୱ ଗ୍ରହଣ କରୁଛନ୍ତି।

ସରକାରଙ୍କ ବିଜ୍ଞପ୍ତି ଅନୁସାରେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପୁଣି ଅର୍ଥ ବିଭାଗ ଦାୟିତ୍ୱ ଦେଇଛନ୍ତି।

ବିଜ୍ଞପ୍ତିରେ କୁହାଯାଇଛି: ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଭାରତର ରାଷ୍ଟ୍ରପତି ଅରୁଣ ଜେଟ୍‌ଲୀଙ୍କୁ ଅର୍ଥମନ୍ତ୍ରୀ ଏବଂ କର୍ପୋରେଟ୍‌ ଆଫେୟାର୍ସର ମନ୍ତ୍ରୀତ୍ୱ ଦେବାକୁ ନିର୍ଦେଶ ଦେଇଛନ୍ତି। ଗୁରୁବାର ଦିନ ନର୍ଥ ବ୍ଲକ୍‌ କାର୍ଯ୍ୟାଳୟରେ ଜେଟ୍‌ଲୀ ଉଭୟ ଅର୍ଥ ଏବଂ କର୍ପୋରେଟ୍‌ ବ୍ୟାପାରର ବିଭାଗ ଗ୍ରହଣ କରୁଛନ୍ତି।

୬୫ ବର୍ଷିୟ ବିଜେପି ନେତା ଏପ୍ରିଲ୍‌ ମାସରୁ ଛୁଟିରେ ଯାଇ ମେ ୧୪ ତାରିଖ ଦିନ ରେନାଲ୍‌ ଟ୍ରାନ୍‌ସ୍‌ପ୍ଲାଣ୍ଟ୍‌ ସର୍ଜରି କରାଇଥିଲେ। ଜେଟ୍‌ଲୀଙ୍କ ଅବର୍ତ୍ତମାନରେ ରେଳବାଇମନ୍ତ୍ରୀ ପୀୟୂଷ ଗୋଏଲ୍‌ଙ୍କୁ ଅତିରିକ୍ତ ଅର୍ଥମନ୍ତ୍ରାଳୟ ଦାୟିତ୍ୱ ବହନ କରିଥିଲେ।

ଅସ୍ତ୍ରୋପଚାର ପର ଠାରୁ ଜେଟ୍‌ଲୀ ଡାକ୍ତରଙ୍କ ଉପଦେଶ ଅନୁସାରେ ନିୟନ୍ତ୍ରିତ ପରିବେଶ ମଧ୍ୟରେ ରହୁଥିଲେ। ଅସ୍ତ୍ରୋପଚାର ପର ଠାରୁ ପ୍ରଥମ କରି ସେ ଅଗଷ୍ଟ ୯ ତାରିଖ ଦିନ ରାଜ୍ୟସଭା ଉପବାଚସ୍ପତି ନିର୍ବାଚନ ସମୟରେ ବାହାରକୁ ଆସିଥିଲେ।

ସମ୍ବନ୍ଧିତ ଖବର