ରାହୁଲ ଗାନ୍ଧିଙ୍କୁ କାଟାକ୍ଷ କଲେ ଅରୁଣ ଜେଟଲୀ, ଏମ୍‌ଏ ନ କରି ମିଳିଯାଇଛି ଏମ୍‌ଫିଲ୍‌ ଡିଗ୍ରି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୧୯ ପାଇଁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଅମେଥିରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏଥିରେ ସ୍ମୃତି ଇରାନୀ ନିଜର ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ଶ୍ରେଣୀ ପାସ୍‌ ବୋଲି ସୂଚାଇ ଥିଲେ। ଇରାନୀଙ୍କ ଡିଗ୍ରିକୁ ନେଇ କଂଗ୍ରେସ ଆକ୍ଷେପ କରିଥିଲା। ଏହାପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଡିଗ୍ରିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଅରୁଣ ଜେଟଲୀ ସୋସିଆଲ ମିଡିଆ ବ୍ଲଗ ଜରିଆରେ ରାହୁଲ ଗାନ୍ଧିଙ୍କ ପାଠପଢ଼ାକୁ ନେଇ କଟାକ୍ଷ କରି କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ମାଷ୍ଟର ଡିଗ୍ରି ନକରି (ଏମଏ) ଏମ୍‌ଫିଲ୍‌ ଡିଗ୍ରି କେମିତି ପୂରା କରିଛନ୍ତି! ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ, ସେଥିପାଇଁ ସେମାନେ ଏଭଳି ଅପପ୍ରଚାରରେ ଲାଗିଛନ୍ତି।

Tribune India

ଅରୁଣ ଜେଟଲୀ ଫେସ୍‌ବୁକ୍‌ରେ ନିଜ ବ୍ଲଗ୍‌ରେ ‘ଇଣ୍ଡିୟାଜ ଓପୋଜିସନ୍‌ ଇଜ୍‌ ଆନ୍‌ ଏ ରେଣ୍ଟ ଏ କଜ କ୍ୟାମ୍ପେନ୍‌’ରେ ଲେଖିଛନ୍ତି ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠା ଯାଉଛି। କିନ୍ତୁ ରାହୁଲ ଗାନ୍ଧିଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ସମସ୍ତେ ଭୁଲି ଯାଉଛନ୍ତି। ରାହୁଲ ଗାନ୍ଧିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଅନେକ ପ୍ରଶ୍ନ ଉଠିଛି, ଯାହାର ଉତ୍ତର ଏଯାବତ ମିଳି ନାହିଁ। ସେ ଏମ୍‌ଫିଲ୍‌ର ଡିଗ୍ରି ମାଷ୍ଟର ଡିଗ୍ରିର କୋର୍ସ ପୂରା ନକରି କରିଛନ୍ତି।

ସମ୍ବନ୍ଧିତ ଖବର