ଫେବ୍ରୁଆରୀ ୧ରେ ବଜେଟ ଉପସ୍ଥାପନ କରିବେ ଜେଟଲି, ୨୫ରେ ଭାରତ ଫେରିବେ

ନୂଆଦିଲ୍ଲୀ : କ୍ୟାନସର ଚିକିତ୍ସା ପାଇଁ ଆମେରିକା ଯାଇଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆସନ୍ତା ଫେବ୍ରୁଆରୀ ୧ରେ ନୂଆଦିଲ୍ଲୀ ଫେରି ବଜେଟ ଉପସ୍ଥାପନ କରିବେ ବୋଲି ଜଣାଯାଇଛି । ଅର୍ଥମନ୍ତ୍ରୀ ଆସନ୍ତା ୨୫ ତାରିଖ ସଂଧ୍ୟାରେ ନୂଆଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ଓ ୧ ତାରିଖରେ ସେ ନିଶ୍ଚିତ ଭାବରେ ବଜେଟ ଉପସ୍ଥାପନ କରିବେ ବୋଲି ଅର୍ଥମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ପୂର୍ବରୁ ଆଶଙ୍କା କରାଯାଉଥିଲା ଯେ ସେ ବୋଧହୁଏ ଏଥରର ବଜେଟ ଉପସ୍ଥାପନ କରିପାରିବେ ନାହିଁ । ଗତ ସପ୍ତାହରେ ଜଣାପଡିଥିଲା ଯେ ତାଙ୍କ ସଫ୍ଟ ଟିସ୍ୟୁ କ୍ୟାନସର ଚିହ୍ନଟ ହୋଇଛି । ସେ ଦୁଇ ସପ୍ତାହ ପାଇଁ ଛୁଟି ନେଇ ଆମେରିକା ଯାଇଛନ୍ତି । ଗତ ବର୍ଷ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିବାରୁ ତାଙ୍କ ଅପରେସନଟି ବେଶ ଜଟିଳ ହେବା ଡାକ୍ତରମାନେ ଆଶଙ୍କା କରୁଛନ୍ତି । କେମୋଥେରାପୀ ହେଲେ ତାହା କିଡନୀକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଏସବୁକୁ ଦୃଷ୍ଟିରେ ରଖି ଡାକ୍ତରମାନେ ଅପରେସନ ପୂର୍ବରୁ ଅନେକ ସତର୍କତା ଅବଲମ୍ବନ କରିପାରନ୍ତି । ଏଣୁ ସେ ବଜେଟ ଉପସ୍ଥାପନ କରିବା ପରେ ପୁଣି ଆମେରିକା ଫେରିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର