ସୋନିଆ ଗାନ୍ଧୀଙ୍କ ରାଏବରେଲି ନିର୍ବଚନ ମଣ୍ଡଳୀରେ ନିଜର ୫ କୋଟି ଟଙ୍କର ଆଞ୍ଚଳିକ ଉନ୍ନୟନ ପାଣ୍ଠିକୁ ଖର୍ଚ୍ଚ କରିବେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଅରୁଣ ଜେଟଲୀ ତାଙ୍କୁ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଲୋକାଲ ଏରିଆ ଡେଭଲପ୍‌ମେଣ୍ଟ ଫଣ୍ଡ) ବାବଦରେ ମିଳୁଥିବା ୫ କୋଟି ଟଙ୍କାର ଅନୁଦାନ ରାଶିକୁ ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ନିର୍ବଚନ ମଣ୍ଡଳୀରେ ଖର୍ଚ୍ଚ କରିବେ ବୋଲି ଘୋଷଣା କରିଛନ୍ତି। ତେବେ, କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବିଜେପିର ଅନ୍ୟତମ ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ଏପ୍ରକାର ଘୋଷଣା ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ନିର୍ବଚନ ମଣ୍ଡଳୀଟି ହେଉଛି ଉପା ଅଧ୍ୟକ୍ଷା ତଥା କଂଗ୍ରେସ ଉପଦେଷ୍ଟା ସୋନିଆ ଗାନ୍ଧୀଙ୍କର। ବିଗତ ବହୁ ବର୍ଷ ଧରି ଉପା ଅଧ୍ୟକ୍ଷା ତଥା କଂଗ୍ରେସ ଉପଦେଷ୍ଟା ସୋନିଆ ଗାନ୍ଧୀ ଏହି ଆସନରୁ ନିର୍ବାଚିତ ହୋଇ ଆସୁଛନ୍ତି। ତେବେ, ହଠାତ୍‌ ସୋନିଆ ଗାନ୍ଧୀଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଅରୁଣ ଜେଟଲୀ ତାଙ୍କୁ ଆଞ୍ଚଳିକ ଉନ୍ନୟନ ପାଣ୍ଠି ବାବଦରେ ମିଳୁଥିବା ଅର୍ଥରାଶିକୁ ଖର୍ଚ୍ଚ କରିବା ପାଇଁ ଘୋଷଣା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଅରୁଣ ଜେଟଲୀଙ୍କ ଏପ୍ରକାରର ନିଷ୍ପତ୍ତି ଉପରେ କଂଗ୍ରେସ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନଥିବା ବେଳେ ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀ କହିଛନ୍ତି ଯେ ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ନିର୍ବଚନ ମଣ୍ଡଳୀଟି ଏକ ଭିଆଇପି ନିର୍ବଚନ ମଣ୍ଡଳୀ ହୋଇଥିଲେ ସୁଦ୍ଧା ଏହାର ବିକାଶ ଯେପରି ହେବା କଥା ସେପରି ହୋଇନାହିଁ। ମୁଁ ମଧ୍ୟ ଉତ୍ତରପ୍ରଦେଶରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛି। ସେଥିପାଇଁ ସାଂସଦ ଭାବେ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଲୋକାଲ ଏରିଆ ଡେଭଲପ୍‌ମେଣ୍ଟ ଫଣ୍ଡ) ବାବଦରେ ମୋତେ ମିଳୁଥିବା ୫ କୋଟି ଟଙ୍କାର ଅନୁଦାନ ରାଶିକୁ ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ନିର୍ବଚନ ମଣ୍ଡଳୀରେ ଖର୍ଚ୍ଚ କରିବା ପାଇଁ ମୁଁ ନିଷ୍ପତ୍ତି ନେଇଛି। ଏଥିରେ ଅନ୍ୟ କୌଣସି ରାଜନୀତି ନାହିଁ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ଜେଟଲୀ।

ସମ୍ବନ୍ଧିତ ଖବର