ବିଜେପି କାର୍ଯ୍ୟାଳୟରେ ଅରୁଣ ଜେଟଲୀଙ୍କର ଚାଲିଛି ଶେଷ ଦର୍ଶନ, ନିଗମବୋଧ ଘାଟରେ ୨ଟା ୩୦ସମୟରେ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ:   ଅନ୍ତିମ ଯାତ୍ରାରେ ଅରୁଣ ଜେଟଲୀ । ଦିଲ୍ଲୀର ନିଗମବୋଧ ଘାଟରେ କରାଯିବ ଜେଟଲୀଙ୍କ ଅନ୍ତିମ ସଂସ୍କାର । ବାସଭବନରୁ ଏକ ବଡ଼  ଶୋଭାଯାତ୍ରାରେ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଛି । ବିଜେପି କାର୍ଯ୍ୟାଳୟରେ ଗୋଟାଏ ଯାଏଁ ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀର ରଖାଯିବ । ସେଠାରେ ଦିନ ଗୋଟାଏ ଯାଏଁ ତାଙ୍କ ଶେଷ ଦର୍ଶନ କରାଯିବ । ତାପରେ ଦିଲ୍ଲୀର ନିଗମବୋଧ ଘାଟରେ ୨ଟା ୩୦ସମୟରେ ଅନ୍ତିମ ସଂସ୍କାର କରାଯିବ । 

ମୋଦୀ ସରକାରଙ୍କ ପ୍ରଥମ ପାଳିରେ ଅର୍ଥ ଓ ପ୍ରତିରକ୍ଷା ଭଳି ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟର ଦାୟିତ୍ୱ ତୁଲାଇଥିବା ଜେଟଲୀ । ମୋଦୀ ସରକାରଙ୍କ ବିମୁଦ୍ରାକରଣ ଓ ଜିଏସଟି ଭଳି ବଡ ନିଷ୍ପତ୍ତିକୁ ସଫଳ କରାଇଥିଲେ ସେ । ଗତକାଲି ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଯାଇଥିଲେ ଅରୁଣ ଜେଟଲୀ । ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ।

ସେପଟେ ବନ୍ଧୁ ଅରୁଣ ଜେଟଲୀଙ୍କୁ ମନେପକାଇ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ବାହାରିନରେ ଭାରତୀୟ ସମୁଦାୟକୁ ସମ୍ବୋଧନ କଲା ବେଳେ ମୋଦି ଜେଟଲୀଙ୍କ ବିୟୋଗ ବିଷୟରେ କହିଥିଲେ । କର୍ତ୍ତବ୍ୟର ଆହ୍ୱାନରେ ସେ ଏବେ ଦେଶରୁ ବାହାରେ ଅଛନ୍ତି ସେପଟେ ନିଜ ବନ୍ଧୁ ଜେଟଲୀ ବିଦାୟ ନେଇଗଲେ ବୋଲି କହିବା ସହ ଭାବ ଗମ୍ଭୀର ହୋଇପଡିଥିଲେ ମୋଦୀ । ନିକଟରେ ପରଲୋକ ଘଟିଥିବା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ମଧ୍ୟ ମନେପକାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସମ୍ବନ୍ଧିତ ଖବର