ଏହି ସବୁ ସଂସ୍କାରମୂଳକ ପଦକ୍ଷେପ ଲାଗି ମନେ ରହିବେ ଅରୁଣ ଜେଟଲୀ

ନୂଆଦିଲ୍ଲୀ: ଆଜି ମଧ୍ୟାହ୍ନରେ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ (ଏମ୍ସ୍) ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଜେପି ନେତା ଅରୁଣ ଜେଟଲୀଙ୍କର ୬୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। । ତାଙ୍କ ବିୟୋଗରେ ବହୁ ନେତା ଶୋକ ପ୍ରକାଶ କରିଛନ୍ତି। ହେଲେ ଅରୁଣ ଜେଟଲୀ ନିଜର କେତୋଟି ସଂସ୍କାରମଳୂକ ପଦକ୍ଷେପଲାଗି ମନେ ରହିବେ। ଅରୁଣ ଜେଟଲୀ  ଉଭୟ ଅଟଳ ବିହାରୀ ବାଜପେୟୀ ଓ ନରେନ୍ଦ୍ର ମୋଦୀଙ୍କ ସରକାରରେ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ପଦରେ ରହିଥିଲେ ବି ମୋଦୀ ସରକାରଙ୍କ ସମୟରେ ଜେଟଲୀ ନେଇଥିବା କେତେକ ନିଷ୍ପତ୍ତି ହେତୁ ସ୍ମରଣୀୟ ହୋଇ ରହିବେ। ଆସନ୍ତୁ ଜାଣିବା ସେ ନେଇଥିବା ଏହି ପଦକ୍ଷେପଗୁଡ଼ିକ ସଂପର୍କରେ….

ନୋଟବନ୍ଦୀ: ଦେଶରେ କଳାଧନ, ଦୁର୍ନୀତି ଉପରେ ଅଙ୍କୁଶ ଲଗାଇବାକୁ ଅରୁଣ ଜେଟଲୀ  ଐତିହାସିକ ନୋଟବନ୍ଦୀ ନିଷ୍ପତ୍ତି  ନେଇଥିଲେ। ୨୦୧୬ ନଭେମ୍ବର ୮ତାରିଖରେ ଅରୁଣଙ୍କ ମନ୍ତ୍ରୀତ୍ୱ କାଳରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ବନ୍ଦ କରାଯାଇଥିଲା । ଏଥିରେ ଜେଟଲୀଙ୍କ ଭୂମିକା ସବୁଠାରୁ ଗୁରୁତ୍ତ୍ବପୂର୍ଣ୍ଣ ଥିଲା ।

photo-oneindia

ଜିଏସଟିର ପ୍ରଚଳନ :ଅରୁଣ ଜେଟଲୀଙ୍କ ସମୟରେ ଦେଶରେ ଘଟିଥିବା ଏକ ବଡ଼ ପରିବର୍ତ୍ତନ ଥିଲା ଜିଏସ୍ଟିର ପ୍ରଚଳନ।୨୦୧୭ ଜୁଲାଇ ପହିଲା ମଧ୍ୟରାତ୍ରିରେ ଦେଶରେ ଜିଏସଟି ଲାଗୁ ହୋଇଥିଲା । ଗୋଟିଏ ଦେଶରେ ଗୋଟିଏ କର ଆଦାୟ ହେବାର ଏହି ବ୍ୟବସ୍ଥାକୁ ପ୍ରଥମେ ବିରୋଧ କରାଯାଇଥିଲା, ମାତ୍ର ଏବେ ଏହାର ସୁଫଳ ପରିଲକ୍ଷିତ ହେଉଛି ।

ଜନଧନ ବ୍ୟବସ୍ଥା: ଦେଶରେ ଗରିବଲୋକଙ୍କ ପାଇଁ ଜନଧନ ବ୍ୟବସ୍ଥାର ପଛରେ ବି ଅରୁଣ ଜେଟଲୀଙ୍କ ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ।

ଡିଜିଟାଲ ବ୍ୟାଙ୍କିଙ୍ଗ: ଅରୁଣ ଜେଟଲୀ ଅର୍ଥମନ୍ତ୍ରୀ ଥିବା ସମୟରେ ହିଁ ଦେଶରେ  ଡିଜିଟାଲ ବ୍ୟାଙ୍କିଙ୍ଗ ସେବାକୁ  ଅଧିକ ଗୁରୁତ୍ବ ଦିଆଯାଇଥିଲା। ଏହାର ସୁପ୍ରଭାବ ଆଜି ଦେଖିବାକୁ ମିଳୁଛି। ତାଙ୍କର ନିଷ୍ପତ୍ତି ଯୋଗୁଁ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ,  ମୋବାଇଲ ୱାଲେଟ୍, ପିଓଏସ୍ ମେସିନ୍, ୟୁପିଆଇ ଭୀମ୍ ଆପ୍ ଭଳି ସେବା ସାରା ଦେଶରେ ଆରମ୍ଭ ହୋଇଥିଲା । ଏହା ଦ୍ୱାରା ନଗଦ ନେଣଦେଣ କମିବା ଆରମ୍ଭ ହୋଇଥିଲା ।ଏବେ ଲୋକେ ଏଥିରେ ଅଭ୍ୟସ୍ତ ହୋଇଛନ୍ତି।

 

ସମ୍ବନ୍ଧିତ ଖବର