ବିହାରରେ ହେବ ଜେଟ୍‌ଲିଙ୍କ ପ୍ରତିମୂର୍ତ୍ତି

ପାଟନା: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ପ୍ରତିମୂର୍ତ୍ତି ବିହାରରେ ନିର୍ମାଣ କରାଯିବ। ଏଥିସହିତ ତାଙ୍କ ଜନ୍ମଦିନକୁ ପ୍ରତିବର୍ଷ ବିହାରରେ ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ କରାଯିବ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି କହିଛନ୍ତି। ଜେଟ୍‌ଲି ଜୟପ୍ରକାଶ ନାରାୟଣଙ୍କ ଦ୍ବାରା ଆରମ୍ଭ ହୋଇଥିବା ଦୁର୍ନୀତି ବିରୋଧୀ ଆନ୍ଦୋଳନର ଜଣେ ପ୍ରମୁଖ ନେତା ଥିଲେ। ଏହି ଆନ୍ଦୋଳନର ମୂଳ ବିହାର ଥିଲା।

ସମ୍ବନ୍ଧିତ ଖବର